ନକଲି ଶସ କାରବାର ଉପରେ ବଣେଇ ପୋଲିସର ଚଢ଼ାଉ।। ୬୭୮ ବୋତଲ ନକଲି ଶସ ସହ ଗାଡି ଜବତ ।। ଜଣେ ଗିରଫ।

0 394

ଏବେ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ଏକ ସାଧାରଣ ଘଟଣା ହୋଇଥିବା ବେଳେ ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀ ବଜ଼ାରରେ ଉପଲବ୍ଧ। ସବୁଠାରୁ ଆଗରେ ଅଛି ନକଲି ଶସ କାରବାର।

ଏବେ ବିଭିନ୍ନ ସ୍ଥାନରେ ଫାଷ୍ଟଫୁଡ଼ ସେଣ୍ଟର ବହୁଳ ଭାବେ ଖୋଲୁ ଥିବାରୁ ଏହି ନକଲି ଶସ କାରବାରରେ ବୃଦ୍ଧି ଘଟିଛି। ରବିବାର ଦିନ ବଣାଇ ପୋଲିସ ବହୁ ପରିମାଣର ନକଲି ଟମାଟର ଏବଂ ଚିଲି ଶସ ଜବତ କରିଥିବା ବେଳେ ଏହି ନକଲି ଶସ ଚାଲାଣ ହେଉଥିବା ଏକ ପିକ-ଅପ ଭ୍ୟାନ କୁ ମଧ୍ୟ ଜବତ କରିଛନ୍ତି। ପୋଲିସ ବିଭିନ୍ନ ପ୍ରକାରର ୬୭୮ ବୋତଲ ଶସ ଜବତ କରିଥିବା ବେଳେ ରାହୁଲ ପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଏହି ଶସ ଗୁଡିକ ରାଉରକେଲା ରୁ ବଣାଇ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ସୂଚନାଯୋଗ୍ୟଯେ ଗ୍ରାମାଞ୍ଚଳରେ ତଥା ରାଉରକେଲା ଆଖପାଖ ଅଞ୍ଚଳରେ ବହୁ ଫାଷ୍ଟଫୁଡ଼ ଷ୍ଟଲ ଏବେ ଚାଲୁ ଥିବାରୁ ଅସାଧୁ ବ୍ୟବସାୟୀ ମାନେ ଅଧିକ ଲାଭ ଆଶାରେ ଏହି ନକଲି ସଶ କାରବାର ଚଳାଇଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.