କଳିଙ୍ଗ ରେଜିମେଣ୍ଟ ଗଠନ ଲାଗି ଦାବି।। ରାଉରକେଲା ର ଯୁବ ସମାଜସେବୀ ପ୍ରଧାନମନ୍ତ୍ରୀ ଙ୍କୁ ଲେଖିଲେ ପତ୍ର ।

0 406

ରାଉରକେଲା ସହରର ବିଶିଷ୍ଟ ସାମାଜସେବୀ ତଥା ରାଉରକେଲା ଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛନ୍ତି।

ଏହି ଚିଠିରେ ସେ ଉଲ୍ଲେଖ କରି କହିଛନ୍ତି ଯେ, କାଲିଙ୍ଗ ରେଜିମେଣ୍ଟର ସ୍ଥାପନା ନିମନ୍ତେ ଓଡ଼ିଶାର ବିଭିନ୍ନ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ଦୀର୍ଘ ଦିନରୁ ଦାବି ହୋଇଆସୁଛି ଏବଂ ଏହି ୱିଙ୍ଗ ପାଇଁ ଅନେକ ଚିଠି ମଧ୍ୟ ପୁର୍ବରୁ ପଠାଯାଇଛି। ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କ୍ଷମତାକୁ ଆସିବା ପରେ 2014 ମସିହାରୁ କାର୍ଯ୍ୟ ଆରମ୍ଭ କରିବା ପରଠାରୁ ସେ ଓଡିଶା ରାଜ୍ୟର ସାମଗ୍ରିକ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟର ସାଧାରଣ ଲୋକଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ବହୁତ ଆଶା ରହିଛି । ଓଡିଶା ପ୍ରଦେଶ ରୁ ଭାରତୀୟ ସେନା ବାହିନୀରେ ଅନେକ ଓଡ଼ିଆ ଯୁବକ ନିଯୁକ୍ତି ପାଇ ଦେଶ ସେବା କରିପାରିବେ ବୋଲି ବିଶ୍ୱାସ କରାଯାଉଛି| ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିଗରେ ବିଶେଷ ପଦକ୍ଷେପ ନେବା ସହିତ ଦେଶ ତଥା ଓଡିଶା ରାଜ୍ୟର ଗର୍ବକୁ ପ୍ରାଧାନ୍ୟ ଦେବେ ବୋଲି ଶ୍ରୀ ସାମଲ ଆଶା ପ୍ରକାଶ କରିଛନ୍ତି ।

ଏହି ଚିଠିର ଏକ ନକଲ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହମନ୍ତ୍ରୀ ଅମିତ ଶାହା, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।।

Leave A Reply

Your email address will not be published.