ଟ୍ରାକ୍ଟର ଓଲଟି ସ୍ୱାମୀ , ସ୍ତ୍ରୀ ମୃତ।। ସୁନ୍ଦରଗଡ଼ ଖାଇରଖାମନ ଗାଁ ରେ ବିଲକୁ ଯାଉଥିବା ବେଳେ ଦୁର୍ଘଟଣା।

0 381

ବିଲକୁ ଧାନ ଆଣିବାକୁ ଯାଉଥିବା ବେଳେ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ସ୍ଵାମୀ , ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଖଇରଖମନ ଗାଁରେ

। ରବିବାର ଦିନ ସକାଳେ ନିଜ ଟ୍ରାକ୍ଟର ରେ ଉଭୟ ସ୍ବାମୀ ସ୍ତ୍ରୀ ବସି ବିଲକୁ ଧାନ ଆଣିବା ପାଇଁ ଯାଉଥିଲେ । ଵିଲ ନିକଟରେ ରାସ୍ତା ରୁ ଵିଲ ତଳକୁ ଓଲ୍ହାଇଲା ବେଳେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଉଭୟ ସ୍ବାମୀ ସ୍ତ୍ରୀ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଁଚି ମୃତ ଦେହକୁ ଉଦ୍ଧାର କରିଥିଲେ । ଏହି ଘଟଣା ଉକ୍ତ ଅଞ୍ଚଳରେ ଶୋକ ର ଛାୟା ଖେଳାଇଦେଇଛି ।

Leave A Reply

Your email address will not be published.