ସୁନ୍ଦରଗଡ଼ : ବାଣିଜ୍ୟ କର ବିଭାଗରେ ଚାକିରି କରାଇ ଦେବ କହି ୧୫ ଲକ୍ଷ ଠକେଇ।। ଅଭିଯୁକ୍ତ ଗିରଫ।

0 91

ସୁନ୍ଦରଗଡ଼:୧୭/୪(ସତ୍ୟାନ୍ୟୁଜ) ସରକାରୀ ଚାକିରୀ କରାଇ ଦେବା ନାଁ ରେ ୧୫ ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ବ୍ୟକ୍ତିଙ୍କୁ ସୁନ୍ଦରଗଡ଼ ଭସ୍ମା ଥାନା ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ସରୋଜ ନନ୍ଦ ଙ୍କ ନିକଟରୁ ପୋଲିସ୍ ଗୋଟିଏ କାର , ବ୍ୟାଙ୍କ୍ ପାସବୁକ୍ , ଚେକ୍ ବୁକ୍ , ମୋବାଇଲ ଫୋନ୍ ଆଦି ଜବତ କରିଛନ୍ତି। ବଲାଙ୍ଗିର ର ସରୋଜ ନନ୍ଦ ଏକ ନକଲି ଫେସବୁକ୍ ପ୍ରୋଫାଇଲ୍ ରିତେସ୍ ତ୍ରିପାଠୀ ନାଁ ରେ ଖୋଲି ଏହି କାରବାର କରୁଥିଲେ। ନଭେମ୍ବର ୨୦୨୫ ରେ ସରୋଜ ଙ୍କ ସମ୍ପର୍କରେ ରଞ୍ଜିତା କାଲୋ ନାମକ ଜଣେ ମହିଳା ଫେସବୁକ୍ ମାଧ୍ୟମରେ ଆସିଥିଲେ। ସମ୍ପର୍କ ବଢ଼ିବାରୁ ସରୋଜ ରଞ୍ଜିତା ଙ୍କ ପୁଅକୁ ବାଣିଜ୍ୟ କର ବିଭାଗରେ ଚାକିରି କରାଇ ଦେବାକୁ କହିଥିଲେ। ଏଥିପାଇଁ ୧୫ ଲକ୍ଷ ଟଙ୍କା ଲାଗିବ ବୋଲି ସେ ରଞ୍ଜିତା ଙ୍କୁ କହିଥିଲେ। ରଞ୍ଜିତା ୨ ଟି କିସ୍ତି ରେ ୧୨ ଲକ୍ଷ ୪୫ ହଜାର ଏବଂ ୨ ଲକ୍ଷ ଟଙ୍କା ତାଙ୍କୁ ଫୋନ ପେ ଏବଂ ନଗଦ ଆକାରରେ ଦେଇଥିଲେ। ମାତ୍ର ସରୋଜ ଟଙ୍କା ନେଇ ଚାକିରି କରାଇ ଦେଇ ନଥିଲେ କିମ୍ବା ଟଙ୍କା ଫେରାଇ ନଥିଲେ। ଟଙ୍କା ଫେରସ୍ତ ମାଗିବାରୁ ସରୋଜ ରଞ୍ଜିତା ଙ୍କୁ ଫୋନ ରେ ଅଭଦ୍ର ଭାଷା କହିବା ସହ ଧମକ ଦେଇଥିଲେ। ଭସ୍ମା ଥାନାରେ ଏ ବାବଦରେ ରଞ୍ଜିତା ଏତେଲା ଦେବା ପରେ ପୋଲିସ ସରୋଜ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.