ରାସ୍ତା ଉପରେ। ହାତୀ ଗତିବିଧି କୁ ନେଇ ଲୋକେ ଆତଙ୍କିତ।
ବଣାଇ : ୧୭/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜ ବଡ଼ପୋଷ ଗାଁ ରେ ହଠାତ ଦିନରେ ଏକ ଦନ୍ତା ପଶି ଆସିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ପୂର୍ବରୁ ରାତିରେ ଦନ୍ତା ଗାଁକୁ ଆସି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଥିଲା । ଆଜି ଦିନରେ ଘର ପାଖକୁ ଆସି ଯିବାରୁ ଲୋକେ ଭୟରେ ଘରୁ ବାହାରି ଯିଏ ଯୁଆଡେ ପଳାଇ ଯାଇଥିଲେ। କିଛି ଲୋକ ଘରେ ରହି ଯାଇ ଥିଲେ। ଫଳରେ ଅନ୍ୟ ଉପାୟ ନପାଇ ଥାଳି , ଟିଣ ବାଡେଇ ହାତୀ ଘଉଡ଼ାଇ ବାକୁ ଚେଷ୍ଟା କରି ଥିଲେ। ଗାଁରୁ ଘର ପାଖକୁ , ଘର ପାଖରୁ ରାସ୍ତା , ଏହିପରି ଭାବେ କିଛି ସମୟ ଚାଲି ଥିଲା ମଣିଷ , ହାତୀ ମଧ୍ୟରେ ଛକା ପଞ୍ଜା। ଏହି ଫରେଷ୍ଟ ରେଞ୍ଜର ତଳିତା , ଗୋଗୁଆ , ଭାଙ୍ଗଡ଼ିହି, ଧରଣୀଧର ପାଲି ଅଞ୍ଚଳରେ ପୂର୍ବରୁ ଦୁଇଟି ଦନ୍ତା ଥିବା ବେଳେ ଆଉ ଏକ ଗୋଠ ଛଡା ଦନ୍ତା ଦେବଗଡ଼ ଅଞ୍ଚଳରୁ ଆସି ଯିବାରୁ ଗାଁ ଲୋକ ମାନେ ଭୟରେ ଅଛନ୍ତି। ଖବର ପାଇ ବନ ବିଭାଗ ହାତୀ ଗତିବିଧି ଉପରେ ନଜର ରଖି ଛନ୍ତି।