ସୁନ୍ଦରଗଡ଼ : କାହ୍ନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ପାଣିରେ ଭାସି ଯାଇ ମହିଳା ନିଖୋଜ।। ପୋଲିସ୍ , ଫାୟାର ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି।

0 131

କାହ୍ନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ପୁଣି ଭାସି ଗଲେ ଆଉ ଜଣେ ମହିଳା । ଉଦ୍ଧାର କାର୍ଯ୍ୟ ଜାରି।
ସୁନ୍ଦରଗଡ଼ : ୧୭/୦୯/୨୬ ( ସତ୍ୟାନ୍ୟୁଜ )
ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ବାଲିଶଙ୍କରା ବ୍ଲକ ଘୋଘର ନିକଟ ଇବ ନଦୀର ଦର୍ଶନୀୟ ସ୍ଥଳୀ କାହ୍ନାକୁଣ୍ଡ ଠାରେ ପୁଣି ଅଘଟଣ । ପାଣି ରେ ଭାସି ଯାଇ ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି । ନିଖୋଜ ମହିଳା ଜଣକ ସୁନ୍ଦରଗଡ ସହରର ପ୍ରଜ୍ଞାଶ୍ରୀ ପଣ୍ଡା । ସେ ତାଙ୍କ ପରିବାର ବର୍ଗଙ୍କ ସହ ବୁଲିବାକୁ ଯାଇଥିଲେ କାହ୍ନାକୁଣ୍ଡ। ବୁଲାବୁଲି କଲା ବେଳକୁ ଗୋଡ଼ ଖସି ଯାଇ ସେ ପାଣିରେ ପଡି ଯାଇଥିଲେ । ବର୍ତ୍ତମାନ ସେଠାରେ ସ୍ରୋତ ପ୍ରଖର ଥିବାରୁ ହଠାତ ସେ ପାଣି ଭିତରେ ନିଖୋଜ ହୋଇଯାଇଥିଲେ । ଘଟଣାର ସୂଚନା ପାଇଲା ପରେ ସେଠାରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ଏଠାରେ ପୂର୍ବରୁ ୮ ଜଣଙ୍କ ପାଣିରେ ବୁଡି ମୃତ୍ୟୁ ହୋଇ ସାରିଲାଣି । ତେଣୁ ଏହି ଅଞ୍ଚଳକୁ ବର୍ଷା ଦିନେ ନିଷିଦ୍ଧାଞ୍ଚଳ ଘୋଷଣା କରିବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.