ଯାଜପୁରରୋଡ଼: ୧୫/୯
(ସତ୍ୟାନ୍ୟୁଜ) ଯାଜପୁରରୋଡ଼ ଥାନା ଅନ୍ତର୍ଗତ ପଦ୍ମପୁର ସ୍ଥିତ ଏକ ଘରେ ସେକ୍ସ ରାକେଟ୍ ଚାଲୁଥିବା ବେଳେ ପୋଲିସ୍ ର ଚଢାଉ। ଏହି ଚଢାଉ ବେଳେ ୩ ଜଣ ଗ୍ରାହକ ଫେରାର ହୋଇ ଯାଇଥିବା ବେଳେ ସେକ୍ସ୍ ରାକେଟ୍ ଚଳାଉଥିବା ମହିଳା ଦଲାଲ ଙ୍କ ସମେତ ଅନ୍ୟ ଦୁଇ ଯୁବତୀଙ୍କୁ ଅଟକ ରଖିଛି ପୋଲିସ । ଗ୍ରାହକଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ଯାଜପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏହି ଘର ପୋଲିସ୍ ସ୍କାନର୍ ରେ ଥିଲା। ସୋମବାର ରାତିରେ ଏହି ଘରେ ଦେହ ବ୍ୟାପାର ଚାଲିଥିବା ଖବର ପାଇ ପୋଲିସ ସାଦା ପୋଷାକରେ ଗ୍ରାହକ ଭାବେ ପହଞ୍ଚି ଥିଲେ। ସେକ୍ସ୍ ରାକେଟ୍ ବାବଦରେ ନିଶ୍ଚିତ ହେବା ପରେ ଚଢାଉ କରା ଯାଇଥିଲା। ଚଢାଉ ବେଳେ ଅନ୍ଧାର ର ସୁଯୋଗ ନେଇ ୪ ଜଣ ଗ୍ରାହକ ନିଜ ପ୍ୟାଣ୍ଟ ସାର୍ଟ ଛାଡ଼ି ଫେରାର ହୋଇ ଯାଇଥିଲେ। ପୋଲିସ୍ ଉକ୍ତ ଘରୁ ମହିଳା ଦଲାଲଙ୍କ ସହ ଦୁଇ ଯୁବତୀଙ୍କୁ ଥାନାକୁ ନେଇଥିବା ବେଳେ ତଲାସୀ ରେ ବିଭିନ୍ନ ଆପତ୍ତି ଜନକ ସାମଗ୍ରୀ ଜବତ୍ କରିଛନ୍ତି। ଏହି ଘରେ ପୂର୍ବରୁ ମଧ୍ୟ ସେକ୍ସ ରାକେଟ୍ ଚାଲୁଥିବା ଶୁଣିବାକୁ ମିଳିଛି। ପୋଲିସ୍ ୩/୪ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ଏସଡିପିଓ ଶରତ ଚନ୍ଦ୍ର ପାତ୍ର କହିଛନ୍ତି।