ସୁନ୍ଦରଗଡ଼ : ଗୁଣି ଗାରେଡ଼ି ସନ୍ଦେହ ରେ ୬୫ ବର୍ଷୀୟ ବୃଦ୍ଧ ଙ୍କୁ ହତ୍ୟା।। ୪ ଅଭିଯୁକ୍ତ ଗିରଫ ।

0 136

ସୁନ୍ଦରଗଡ଼ : ଗୁଣି ଗାରେଡ଼ି ସନ୍ଦେହରେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କେଣ୍ଡାଖୋଲ ଗାଁ ସାନପତ୍ରାପାଲି ରେ ଜଣେ ୬୫ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଛି। ମୃତକ ମହାଦେବ ପ୍ରଧାନ ଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ମୃତକ ମହାଦେବ ଙ୍କ ଝିଅ ଠାରୁ ପୋଲିସ୍ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଏହି ହତ୍ୟାକାଣ୍ଡରେ ୪ ଜଣ ଜଡ଼ିତ ଥିବା ଜଣା ପଡ଼ିଥିଲା। ପୋଲିସ୍ ଚାରି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ଜଣା ପଡ଼ିଛି। ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରା ଯାଇଛି। ଗୁଣି ଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟି ଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି। ପୋଲିସ୍ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.