ସୁନ୍ଦରଗଡ଼ : ବେଆଇନ୍ ପାଉଁଶ ଡମ୍ପିଙ୍ଗ ଉପରେ ପୋଲିସ୍ ର ଚଢାଉ।। ୨୪ ଗାଡ଼ି ଜବତ୍।। ୧୧ ଲକ୍ଷ ୭୦ ହଜାର ଫାଇନ୍।

0 181

୨୪ ଟି ଫ୍ଲାଏ ଆସ ବୋଝେଇ ଟ୍ରେଲର ଜବତ । ୧୧ ଲକ୍ଷ ୭୦ ହଜାର ଜରିମାନା।
ସୁନ୍ଦରଗଡ:୩୧/୩( ସତ୍ୟାନ୍ୟୁଜ) ବେଆଇନ୍ ପରିବହନ ଉପରେ ସୁନ୍ଦରଗଡ଼ ପୋଲିସ୍ ର ଚଢାଉ। ୨୪ ଟି ଫ୍ଲାଏ ଆସ ବୋଝେଇ ଟ୍ରେଲର ଜବତ କରିଛି ଧରୁଆଡିହି ଥାନା ପୁଲିସ। ସଦର ବ୍ଲକ କିଞ୍ଜିର୍ମା ଅଞ୍ଚଳରେ ବେଆଇନ ଭାବେ ପକାଇବା ପାଇଁ ଯାଉଥିବା ବେଳେ କେନ୍ଦମାଲ୍ ଏବଂ ଅମସରଙ୍ଗା ଛକ ନିକଟରୁ ପୋଲିସ୍ ଜବତ୍ କରିଛି ପାଉଁଶ ବୋଝେଇ ଗାଡ଼ି । ଏହି ଟ୍ରେଲର ଗୁଡ଼ିକ ବିଭିନ୍ନ ଅଞ୍ଚଳ ରେ ବେଆଇନ ଭାବେ ଫ୍ଲାଏ ଆସ ପକାଇବା ପାଇଁ ଯାଉଥିବା ବେଳେ ଧରୁଆଡିହି ପୁଲିସ ଖବର ପାଇ ଚଢ଼ାଉ କରି ସମସ୍ତ ଗାଡ଼ି ଗୁଡ଼ିକୁ ଜବତ କରିଛି । ସେଗୁଡ଼ିକ ଜୋରିମାନା କରିବା ପାଇଁ ପରିବହନ ବିଭାଗ କୁ ସୂଚନା ଦିଆଯାଇଛି । ସମସ୍ତ ଗାଡ଼ି ଯାଞ୍ଚ କରିବା ପରେ ପରିବହନ ବିଭାଗ ଜବତ୍ ଯାନ ଉପରେ ୧୧ ଲକ୍ଷ ୭୦ ହଜାର ଟଙ୍କା ଫାଇନ୍ ଲଗାଇଛନ୍ତି। ବିଭିନ୍ନ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏହି ପାଉଁଶ କୁ ଏଣେ ତେଣେ ପକା ଯାଉଥିବାରୁ ପ୍ରଦୂଷଣ ବଢ଼ୁ ଥିଲା। ଆଗକୁ ମଧ୍ୟ ସ୍ଥାନୀୟ ପ୍ରଶାସନ ଏପ୍ରକାର ବେଆଇନ୍ ପରିବହନ ଏବଂ ଡମ୍ପିଙ୍ଗ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.