ରାଉରକେଲା:୩୧/୩(ସତ୍ୟାନ୍ୟୁଜ) ରାଉରକେଲାରେ ଧୁମ୍ ଧାମ୍ ପାଳିତ ହୋଇ ଯାଇଛି ମହାବୀର ଜୟନ୍ତୀ। ଜୈନ ଧର୍ମାବଲମ୍ବୀ ଙ୍କ ପକ୍ଷରୁ ଆୟୋଜିତ ଉତ୍ସବରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ କଚେରୀ ରୋଡ ସ୍ଥିତ ଜୈନ ମନ୍ଦିର ରେ ପ୍ରାର୍ଥନା , ପୂଜାର୍ଚ୍ଚନା ସହ ବନ୍ଦାପନା କରିଥିଲେ। ଏହା ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା ଅମର ଭବନ ନିକଟରୁ ବାହାରି ସହର ର ମୁଖ୍ୟ ମାର୍ଗ ଦେଇ ଜୈନ ମନ୍ଦିର ରେ ପହଞ୍ଚି। ଶତାଧିକ ପୁରୁଷ , ମହିଳା ଏହି ଶୋଭାଯାତ୍ରା ରେ ଯୋଗ ଦେଇଥିଲେ। ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ରେ ସାମିଲ ଥିବା ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରାଯାଇ ସର୍ବର୍ଭ, ପଣା ଆଦି ଦିଆଯାଇଥିଲା। ଅହିଂସା ପରମ ଧର୍ମର ବାର୍ତ୍ତା ଦେଇ ଜୈନ ଧର୍ମାବଲମ୍ବୀ ମାନେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।