ରାଉରକେଲା, ୧୨ ଜୁଲାଇ: (ସତ୍ୟାନ୍ୟୁଜ) ଛେଳି ଚୋରି ସନ୍ଦେହକୁ କେନ୍ଦ୍ର କରି ଚାନ୍ଦିପୋଷ ଥାନା ଅଞ୍ଚଳରେ ଘଟିଥିବା କଥିତ ଭିଡ ହିଂସା ଘଟଣା ପରେ ନଦୀକୁ ଡେଇଁ ନିଖୋଜ ଥିବା ଯୁବକ ମନ୍ନୱର ଅନସାରୀଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ପରିବାର ସଦସ୍ୟ ଓ ଲାଠିକଟା ବ୍ଲକ ନୂଆଗାଁ ର ୨୫ରୁ ଅଧିକ ବାସିନ୍ଦା ଶନିବାର ରାଉରକେଲା ଏସପିଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି।
ଏସପିଙ୍କ ନିର୍ଦ୍ଦେଶ ପରେ ଉଦିତନଗର ଥାନା ଇନ୍ସପେକ୍ଟର ପରବ୍ ସିମରନ ସିଂହ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଓ ଦାବି ଶୁଣିଥିଲେ।
ଦୁଇ ଦିନ ପୂର୍ବେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଦରଜିଙ୍ଗ ଅଞ୍ଚଳରେ ଚାରି ଜଣ ଯୁବକଙ୍କୁ ଛେଳି ଚୋରି ସନ୍ଦେହରେ ଗ୍ରାମବାସୀ ଅଟକ ରଖି ମାଡ଼ ମାରିଥିବା ଅଭିଯୋଗ ରହିଛି।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଭିଡ ହିଂସା ରୁ ବଞ୍ଚିବା ପାଇଁ ମନ୍ନୱର ଅନସାରୀ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିଲେ। ସେହିଠାରୁ ସେ ନିଖୋଜ ଅଛନ୍ତି।
ଗତ ଦୁଇ ଦିନ ଧରି ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ବ୍ରାହ୍ମଣୀ ନଦୀରେ ବ୍ୟାପକ ଖୋଜାଖୋଜି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମନ୍ନୱରଙ୍କ କୌଣସି ସନ୍ଧାନ ମିଳିନାହିଁ। ଏହାକୁ ନେଇ ପରିବାର ଲୋକ ଗଭୀର ଚିନ୍ତା ଓ ଉଦବେଗ ପ୍ରକାଶ କରିଛନ୍ତି।
ପରିବାର ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ ଏବଂ ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ଖୋଜାଖୋଜି କୁ ଆହୁରି ଜୋରଦାର କରିବା ପାଇଁ ନିବେଦନ କରାଯାଇଛି। ଏହା ସହ ସହ କଥିତ ଭିଡ ହିଂସା ରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଭବିଷ୍ୟତରେ ଏଭଳି ଭିଡ ହିଂସା ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନକୁ ପଦକ୍ଷେପ ନେବାକୁ ମଧ୍ୟ ସେମାନେ ଅପିଲ କରିଛନ୍ତି।
ନଦୀ କୁ ଡେଇଁ ନିଖୋଜ ଯୁବକ ମନ୍ନୱର ଅନସାରୀଙ୍କୁ ଖୋଜିବା ଓ ନ୍ୟାୟ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ।