ରାଉରକେଲା : ଘରେ ପଶି ଅଶ୍ଳୀଳ ଆଚରଣ କରୁଥିବା ଯୁବକଙ୍କୁ କାବୁ କଲେ ଲୋକେ।। ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କଲେ ପୋଲିସ୍।
ହରିୟାଣା ଭବନ ଗଳିରେ ସନ୍ଦିଗ୍ଧ ଯୁବକଙ୍କୁ ମାଡ଼, ଭିଡ଼ କବଳରୁ ଉଦ୍ଧାର କଲା ପୋଲିସ
ଏକାଧିକ ଘରେ ପଶି କଥିତ ଅଶ୍ଳୀଳ ଆଚରଣ ଅଭିଯୋଗ; ପୋଲିସର ତତ୍ପରତାରେ ଟଳିଲା ବଡ଼ ଅଘଟଣା
ରାଉରକେଲା, ୧୨/୭:
(ସତ୍ୟାନ୍ୟୁଜ) ଡେଲିମାର୍କେଟ ସ୍ଥିତ ହରିୟାଣା ଭବନ ନିକଟସ୍ଥ ଗଳି ମୋଡ଼ରେ ଶନିବାର ରାତି ପ୍ରାୟ ୧୦ଟା ବେଳେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିଲେ। ଉକ୍ତ ଯୁବକ ବିଭିନ୍ନ ଘରେ ପଶି କଥିତ ଭାବେ ଅଶ୍ଳୀଳ ଆଚରଣ କରୁଥିବା ଅଭିଯୋଗ ହେବା ପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମାଡ଼ ମାରିଥିଲେ।
ଖବର ପାଇ ପ୍ଲାଣ୍ଟସାଇଟ ଥାନା ଅଧିକାରୀ ବିଭତ୍ସ ପ୍ରଧାନଙ୍କ ନିର୍ଦ୍ଦେଶରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବ ଉପ-ନିରୀକ୍ଷକ ସିଦ୍ଧାର୍ଥ ପ୍ରଧାନ ପୋଲିସ ବଳ ସହାୟତାରେ ଦୀର୍ଘ ସମୟ ଧରି ପ୍ରୟାସ କରି ଯୁବକଙ୍କୁ ଉତ୍ତ୍ୟକ୍ତ ଭିଡ଼ କବଳରୁ ଉଦ୍ଧାର କରି ଥାନାକୁ ନେଇଥିଲେ।
ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ଦେଖାଦେଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ପରିସ୍ଥିତିରେ ଆଇନକୁ ନିଜ ହାତକୁ ନ ନେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।