ରାଉରକେଲା : ତୁମକେଲା ନିକଟରେ ବାୟୋ ପ୍ଲାଣ୍ଟ ପ୍ରତିଷ୍ଠା କୁ ସ୍ଥାନୀୟ ଲୋକଙ୍କ ବିରୋଧ।। ବିରୋଧ ସ୍ଵତ୍ତେ ପୋଲିସ୍ ଉପସ୍ଥିତି ରେ ଚାଲିଛି କାମ।
ରାଉରକେଲା:୧/୭
(ସତ୍ୟାନ୍ୟୁଜ) ରାଉରକେଲା
ତୁମକେଲା ଅଞ୍ଚଳରେ ପ୍ରସ୍ତାବିତ ଅଏଲ ଇଣ୍ଡିଆ ବାୟୋ-ପ୍ଲାଣ୍ଟକୁ ନେଇ ବିରୋଧ ଜାରି ରହିଛି। ସ୍ଥାନୀୟ ଗ୍ରାମବାସୀ ଓ ବିଭିନ୍ନ ସଂଗଠନ ପ୍ରକଳ୍ପ ବିରୋଧରେ ପ୍ରତିବାଦ କରୁଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, ବାୟୋ-ପ୍ଲାଣ୍ଟ ସ୍ଥାପନ ହେଲେ ପରିବେଶ ପ୍ରଦୂଷଣ ବଢ଼ିବ, ଚାଷଜମି କ୍ଷତିଗ୍ରସ୍ତ ହେବ ଏବଂ ନିକଟବର୍ତ୍ତୀ ବସବାସ ଅଞ୍ଚଳ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ମାତ୍ର ବିରୋଧ ସ୍ଵତ୍ତେ ପୋଲିସ୍ ଉପସ୍ଥିତି ରେ କାମ ଆରମ୍ଭ ହୋଇଛି। ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ଇସ୍ପାତ ସହରାଞ୍ଚଳ ରୁ ବାହାରୁ ଥିବା ବର୍ଯ୍ୟ ଆବର୍ଜନା କୁ ଏଠାରେ ପ୍ରକ୍ରିୟା କରଣ କରାଯାଇ ଶକ୍ତି କିମ୍ବା ଗ୍ୟାସ୍ ରେ ପରିବର୍ତ୍ତିତ କରାଯିବ। ଏଥିଲାଗି ମହାନଗର ନିଗମ , ଆରଏସପି ଏବଂ ଅଏଲ ଇଣ୍ଡିଆ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ହୋଇଛି। ଏଠାରେ ଥିବା ୧୦ ଏକର ଜମିକୁ ଆରଏସପି ପକ୍ଷରୁ ଆର ଏମ୍ ସି କୁ ପ୍ରଦାନ କରା ଯାଇଛି।
ତେବେ ଆନ୍ଦୋଳନକାରୀଙ୍କ ଦାବି ହେଉଛି, ସ୍ଥାନୀୟ ଲୋକଙ୍କ ମତାମତକୁ ଗୁରୁତ୍ୱ ଦେଇ ସଠିକ୍ ଜନଶୁଣାଣି ଓ ପରାମର୍ଶ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ପ୍ରକଳ୍ପର କୌଣସି କାମ ଆଗକୁ ବଢ଼ାଯିବ ନାହିଁ। ଏହାସହ ପ୍ରକଳ୍ପକୁ ବାତିଲ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରି ଛନ୍ତି। ଶାନ୍ତି ରକ୍ଷା ପାଇଁ ୩ ପ୍ଲାଟୁନ୍ ପୋଲିସ ମୁତୟନ କରା ଯାଇଛି