ସୁନ୍ଦରଗଡ଼;୧୬/୬(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବାଙ୍କିବାହାଲ – ଟପରିଆ ରାସ୍ତାର ଗଏକନପାଲି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଙ୍କୁ ଉଦ୍ଧାର କରି ହେମଗିରି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳ ରେ ଉତ୍ତେଜନା ଦେଖାଦେବା ସହ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି। ଏହା ସହ ଏହି ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବି କରି ରାସ୍ତା ଉପରେ ବସି ରହିଛନ୍ତି । ଘଟଣାସ୍ଥଳ ରେ ହେମଗିରି ପୁଲିସ ଏବଂ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ।