ରାଉରକେଲା:୯/୬(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ବନ୍ଧମୁଣ୍ଡାର ମୁଖି ବସ୍ତି, ଡ଼ିଜେଲ କଲୋନୀ, ଶ୍ରୀମନ୍ଦିର ବସ୍ତି, ଚୁଡ଼ି ବସ୍ତି, ଡି କ୍ୟାବିନ୍ ଅଞ୍ଚଳ ଗସ୍ତ କରି ସେଠାକାର ବିଭିନ୍ନ ସମସ୍ୟା ବାବଦରେ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଆଲୋଚନା କରିବା କାଳରେ ସେଗୁଡିକର ତ୍ଵରିତ ସମାଧାନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଗସ୍ତ କାଳରେ ସେ ସ୍ଥାନୀୟ ଅଞ୍ଚଳର ଡ୍ରେନେଜ୍ ସମସ୍ୟା ଓ ରୋଡ୍ ସମସ୍ୟା ସମ୍ପର୍କରେ ସମୀକ୍ଷା କରିବା ସହ ନିର୍ମାଣ କାର୍ଯ୍ୟ ଆକ୍ସନ ପ୍ଳାନରେ ଅନ୍ତର୍ଭୁକ୍ତ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ବନ୍ଧମୁଣ୍ଡା ଅଞ୍ଚଳର ପରିମଳ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବା ଉପରେ ଗୁରୁତ୍ଵ ଦେବା ସହ ଶୌଚାଳୟର ମରାମତି କରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାବିତ୍ ଙ୍କ ଲାଗି ଖେଳ ପଡିଆର ଉନ୍ନତିକରଣ ସହ ଆଲୋକୀକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।