ରାଉରକେଲା।: ରେଲୱେ ବ୍ରିଜ୍ ନିର୍ମାଣ ଲାଗି ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ।। ପ୍ରଥମ ଦିନରେ ଶିବଶଙ୍କର ନଗରରେ ୪୦ ଘର ଉଚ୍ଛେଦ।

0 125

ରାଉରକେଲା:୯/୬(ସତ୍ୟାନ୍ୟୁଜ) ରେଳବାଇ ର ଉନ୍ନୟନ ମୂଳକ କାମ ପାଇଁ ବାଧକ ସାଜିଥିବା ଜବରଦଖଲ ଉଚ୍ଛେଦ ଅଭିଯାନ ଆଜି ରାଉରକେଲାରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଶିବ ଶଙ୍କର ନଗର ବସ୍ତି ରେ ୪୦ ରୁ ଉର୍ଦ୍ଧ୍ବ ଘର ଭଙ୍ଗା ଯାଇଛି। ନୂତନ ରେଲୱେ ବ୍ରିଜ୍ ନିର୍ମାଣ ପାଇଁ ଜାଗା ଅଭାବ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ୫୦ ଦଶକ ରୁ ହୋଇଥିବା ପୁରୁଣା ବ୍ରିଜ୍ କଡ଼ରେ ଆଉ ଏକ ନୂତନ ବ୍ରିଜ୍ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ ବ୍ରିଜ୍ ନିର୍ମାଣ ଲାଗି ଶିବ ଶଙ୍କର ନଗର ବସ୍ତି ଏବଂ
ରହମତ୍ ନଗର ବସ୍ତି ବାଧକ ସାଜି ଥିବାରୁ ଉଚ୍ଛେଦ ନିଷ୍ପତ୍ତି ନିଆ ଯାଇଥିଲା। ଆଜି ର ଉଚ୍ଛେଦ ଅଭିଯାନରେ ରେଲୱେ ପୋଲିସ , ସ୍ଥାନୀୟ ପୋଲିସ ପ୍ରଶାସନ ସାମିଲ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୋଲିସ୍ ବ୍ୟବସ୍ଥା କରା ଯାଇଛି।

Leave A Reply

Your email address will not be published.