ବଣାଇ : ୬ ମାସର କୁଟୁରା ଛୁଆ ଉଦ୍ଧାର।। ଗାଁ ରେ ବୁଲୁଥିବା ବେଳେ ବନ ବିଭାଗ କଳା ଉଦ୍ଧାର।। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡା ଯିବ।

0 61

ବଣାଇ:୯/୭(ସତ୍ୟାନ୍ୟୁଜ)
ବଣାଇ ବନଖଣ୍ଡ ଅନ୍ତର୍ଗତ କୋଇଡା ରେଞ୍ଜର ଝିରପାଣି ଗ୍ରାମରୁ ଏକ ୬ ମାସର କୁଟୁରା ଛୁଆକୁ ବନ ବିଭାଗ ଉଦ୍ଧାର କରିଛି। ଏହି କୁଟୁରା ଛୁଆଟି ଗ୍ରାମରେ ବୁଲୁଥିବା ନେଇ ବନ ବିଭାଗକୁ ବିଶେଷ ସୂତ୍ରରୁ ଖବର ପାଇଥିଲା।
ସୂଚନା ପାଇବା ପରେ ବଣାଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରା ଯାଇଥିଲା। ଦୁଇଟି ଗାଡ଼ିରେ ଟିମ୍ ସକାଳେ ଝିରପାଣି ଗ୍ରାମରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଚଳାଇ କୁଟୁରା ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଉଦ୍ଧାର ପରେ କୁଟୁରା ଛୁଆକୁ ବଣାଇ ବନଖଣ୍ଡ କାର୍ଯ୍ୟାଳୟକୁ ଅଣା ଯାଇଥିଲା। ସେଠାରେ ପଶୁ ଚିକିତ୍ସା ଅଧିକାରୀ ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କୁଟୁରା ଛୁଆଟି ସୁସ୍ଥ ଥିବାରୁ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ତାକୁ ପୁଣି ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ସୂଚନା ମିଳିଛି।
ଉଦ୍ଧାର ହୋଇଥିବା କୁଟୁରା ଛୁଆର ବୟସ ଆନୁମାନିକ ୬ ମାସ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.