ସୁନ୍ଦରଗଡ଼ : କାର ଭିତରୁ ୯୦ କେଜି ଗଞ୍ଜେଇ ଜବତ।। ଦୁଇ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଗିରଫ।

0 88

ଫିଲ୍ମ ଷ୍ଟାଇଲ ରେ ଗୋଡେଇ ଗୋଡେଇ ପୋଲିସ୍ ଧରିଲା ଗଞ୍ଜେଇ ଭରା କାର। ୯୦ କେଜି ଗଞ୍ଜେଇ ଜବତ , ୨ ଗିରଫ

ସୁନ୍ଦରଗଡ:୪/୫(ସତ୍ୟାନ୍ୟୁଜ) କାର ରେ ନକଲି ନମ୍ବର ପ୍ଲେଟ୍ ଲଗାଇ ଗଞ୍ଜେଇ ଚାଲାଣ କରୁଥିବା ଏକ ଆନ୍ତଃରାଜ୍ୟ ରାକେଟ୍ ର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସ୍। ବିଶ୍ବସ୍ତ ସୂତ୍ର ରୁ ଖବର ପାଇବା ପରେ ପୋଲିସ ଟିମ୍ ଫିଲ୍ମ ଷ୍ଟାଇଲ୍ ରେ ଗୋଡେଇ ଗୋଡେଇ ଏହି ଗାଡ଼ିକୁ ଜବତ କରିଥିଲେ। କାର ଭିତରୁ ପୋଲିସ୍ ୯୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଛି। ଏହି ଦୁଇ ଜଣ ଉତ୍ତରପ୍ରଦେଶ ର ବୋଲି ଜଣା ପଡିଛି। କାର ରେ ଭୁବନେଶ୍ୱର ର ନକଲି ରେଜିଷ୍ଟ୍ରେସନ୍ ନମ୍ୱର୍ ଲଗାଇ ଏହି ଦୁଇ ଡ୍ରଗ୍ସ ମାଫିଆ ବାହର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ। ସୁନ୍ଦରଗଡ଼ ସଦର ଥାନା ଅଧିକାରୀ , ଏସଡିପିଓ କରମଡିହି ର ବାଗବନ୍ଧା ନିକଟରେ ଏହି ଗାଡ଼ିକୁ ଧରିଥିଲେ। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.