ରାଉରକେଲା:୩/୫(ସତ୍ୟାନ୍ୟୁଜ) ରାଉରକେଲା ଡେଲି ମାର୍କେଟ ରେ ବିପଜ୍ଜନକ ଅବସ୍ଥାରେ ଥିବା ଶୁଖିଲା ଓସ୍ତ ଗଛକୁ କାଟିବା ଲାଗି ଆଜି ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ସତ୍ୟା ନ୍ୟୁଜ ଆଲର୍ଟ ରେ ଏହି ଶୁଖିଲା ଗଛ ବାବଦରେ ନ୍ୟୁଜ ପ୍ରସାରଣ ହେବା ପରେ ଆଜି ବନ ବିଭାଗ ପକ୍ଷରୁ ଗଛ କାଟିବାକୁ ଅପରାହ୍ନ ରେ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ଦିନରେ ମୁଖ୍ୟ ରାସ୍ତାରେ ଅଧିକ ଟ୍ରାଫିକ ଥିବାରୁ ରାତିରେ ଗଚ୍ଛ କାଟିବାକୁ ନିଷ୍ପତ୍ତି ନିଆ ଯାଇ ଥିଲା। ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମାନେ ସର୍ଭେ କରି ଫେରି ଯାଇଥିବା ବେଳେ ଆଜି ରାତିରେ ଗଚ୍ଛ କାଟିବାକୁ ବ୍ୟବସ୍ଥା କରା ଯାଉଛି। ଏହି ଗଛଟି ବିପଜ୍ଜନକ ଭାବେ ବହୁ ଦିନ ହେଲା ରହିଛି। ସ୍ଥାନୀୟ ଲୋକ ମାନେ ବାରମ୍ବାର ଗଛ କାଟିବାକୁ ନିବେଦନ କରିବା ସ୍ୱତ୍ତେ ଏହି ଗଛ କଟା ଯାଇ ପାରୁ ନଥିଲା। ବିଳମ୍ବରେ ହେଲେ ମଧ୍ୟ ବନ ବିଭାଗ ପକ୍ଷରୁ ଗଛ କଟା ପାଇଁ ଆରମ୍ଭ ହୋଇଥିବା ଉଦ୍ୟମ କୁ ସ୍ୱାଗତ କରା ଯାଇଛି