ରାଉରକେଲା: ବେଆଇନ୍ ଲୁହାପଥର ଚାଲାଣ ଉପରେ ପୋଲିସ୍ ର ଚଢାଉ।। ୩୨ ଟନ୍ ଲୁହାପଥର ସହ ୩ ଗିରଫ।

0 125

୩୨ ଟନ୍ ଚୋରା ଲୁହାପଥର ଜବତ କଲା ରାଉରକେଲା ପୋଲିସ୍, ୪ ଗିରଫ
ଅବୈଧ ଖଣିଜ କାରବାର ନେଟୱର୍କର ତଦନ୍ତ ଜାରି

ରାଉରକେଲା:୩/୫(ସତ୍ୟନ୍ୟୁଜ) ଅବ୍ୟେଧ ଖଣିଜ ପରିବହନ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରି ରଘୁନାଥପାଲି ଥାନା ପୁଲିସ ୩୨ ଟନ୍ ଚୋରା ଲୁହାପଥର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି।
କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ ବାଲୁଘାଟ ପାର୍କିଂ ଅଞ୍ଚଳରେ ଏକ ଟ୍ରକକୁ ଅଟକାଇ ତଲାସି କରିଥିଲେ।
ତଲାସି ସମୟରେ ଟ୍ରକ୍‌ରେ ୩୨ ଟନ୍ ଲୁହାପଥର ଥିବା ଜଣାପଡ଼ିଥିଲା। ଏହି ଲୁହାପଥର କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳ ଅଧୀନ ବଂଶପାଣିରୁ ଆଣି ସୁନ୍ଦରଗଡ଼ ଜିଲ୍ଲାର କଲୁଙ୍ଗା ଅଞ୍ଚଳରେ ଅବୈଧ ଭାବେ ବିକ୍ରି କରିବା ପାଇଁ ନିଆଯାଉଥିଲା।

ଏହି ଘଟଣାରେ ଟ୍ରକ୍ ଚାଳକ ରୋଶନ ଯାଦବ (୪୫), ରାମନଗର, ବଡ଼ବିଲ, କେନ୍ଦୁଝରକୁ ୧ ଜୁନରେ ଗିରଫ କରାଯାଇଥିଲା। ପରବର୍ତ୍ତୀ ତଦନ୍ତରେ ୩ ଜୁନରେ ଆହୁରି ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହମ୍ମଦ ତୌସିଫ (୩୮), କଲୁଙ୍ଗା; ସନ୍ଦୀପ ଶର୍ମା (୩୧), ଫାଲସାଟୋଲା, TCI ଅଞ୍ଚଳ; ଏବଂ ରାଜା ପାତ୍ର (୩୨), କାମାରଯୋଡ଼ା, ଯୋଡ଼ା, କେନ୍ଦୁଝର।
ପୁଲିସ ଚୋରା ଲୁହାପଥର ଭର୍ତ୍ତି ଟ୍ରକ୍‌ଟିକୁ ଜବତ କରିଥିବା ବେଳେ ଅଭିଯୁକ୍ତମାନଙ୍କର ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ମଧ୍ୟ ତଦନ୍ତ ଚଳାଇଛି। ଏହା ସହିତ ଅବୈଧ ଖଣିଜ ଚୋରି ଓ ପରିବହନ ରାକେଟ୍ ସହ ଜଡିତ ଅନ୍ୟ ବ୍ୟକ୍ତିମାନଙ୍କ ସମ୍ପୃକ୍ତି ନେଇ ଖୋଳତାଡ଼ ଜାରି ରହିଛି।
ପୁଲିସ କହିଛି ଯେ, ଅବୈଧ ଖଣିଜ ଉତ୍ତୋଳନ, ଚୋରି ଓ ପରିବହନରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ।

Leave A Reply

Your email address will not be published.