ରାଉରକେଲା : ଡ୍ରଗ୍ସ ବିରୁଦ୍ଧରେ ରାଉରକେଲା ପୋଲିସ ର ଅଭିଯାନ ଜୋରଦାର।। ଡଗ୍ ସ୍କ୍ୱାର୍ଡ ସହ ବିଭିନ୍ନ ଅଞ୍ଚଳରେ ଯାଞ୍ଚ।
ରାଉରକେଲା:୩/୫(ସତ୍ୟାନ୍ୟୁଜ) ଡ୍ରଗ୍ସ ବିରୁଦ୍ଧରେ ରାଉରକେଲା ପୋଲିସ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ। ଏସପି ନିତେଶ ୱାଧୱାନି ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟାରେ ପୋଲିସ୍ ଟିମ୍ ଡଗ୍ ସ୍କ୍ୱାର୍ଡ ସହ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଥିଲେ। ବିଶେଷ କରି ସହରର ସମ୍ବେଦିନଶିଳ ଅଞ୍ଚଳ , ବସ୍ତି ଅଞ୍ଚଳରେ ପୋଲିସ୍ ପକ୍ଷରୁ ଯାଞ୍ଚ କରା ଯାଇଥିଲା। ମୀନା ପଡା ରେ ଗତ ସପ୍ତାହରେ ବିପୁଳ ପରିମାଣର ଡ୍ରଗ୍ସ ମିଳିବା ପରେ ପୋଲିସ ପକ୍ଷରୁ ଇଣ୍ଟେଲଜେନ୍ସ ମାଧ୍ୟମରେ ରିପୋର୍ଟ ସଂଗ୍ରହ କରା ଯାଇଥିଲା। ଏହି ସୂଚନା ଆଧାରରେ ପୋଲିସ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରୁଛି। ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ ବୋଲି ଏସଡିପିଓ ସୁଶାନ୍ତ କୁମାର ଦାସ କହିଛନ୍ତି।