ସ୍ୱାସ୍ଥ୍ୟ ସେବା ସମୀକ୍ଷା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ନଅ ଜଣିଆ କେନ୍ଦ୍ରୀୟ ଟିମ।। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଲ୍ଲାର ବାସ୍ତବ ସ୍ଥିତି ପରଖିବେ ।

0 369

ରାଉରକେଲା ସମେତ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବାସ୍ତବ ଚିତ୍ର କଣ ଅଛି ତାର ତଦାରଖ କରିବାକୁ ଏକ ନଅ ଜଣିଆ କେନ୍ଦ୍ରୀୟ ଟିମ ଆସି ଜିଲ୍ଲାରେ ପହଞ୍ଚିଛନ୍ତି । ଗତ ୧୨ ତାରିଖ ରୁ ଏହି ଟିମ ଜିଲ୍ଲାରେ ପହଁଚିବା ପରେ ଜିଲ୍ଲାପାଳ ଏବଂ ସିଡିଏମଓ ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ

। ଏହି ନଅ ଜଣିଆ କେନ୍ଦ୍ରୀୟ ଟିମ ସହ ରାଜ୍ୟର ପାଞ୍ଚ ଜଣ ସଦସ୍ୟ ମଧ୍ୟ ରହିଛନ୍ତି । କେନ୍ଦ୍ର ସରକାରଙ୍କ କମନ ରିଭିୟୁ ମିଶନ ବିଭାଗର ଏହି ଟିମ ର ସଦସ୍ୟ ମାନେ ଆଜି ରାଉରକେଲା ସରକାରୀ ହସ୍ପିଟାଲ ରେ ସ୍ୱାସ୍ଥ୍ୟ ସେବା ର ସମୀକ୍ଷା କରିଛନ୍ତି l ଯୁଗ୍ମ ସଚିବ ରଘୁରାମ ରାଓଙ୍କ ନେତୃତ୍ୱରେ ଟିମର ସଦସ୍ୟମାନେ ଆରଜିଏଚର ବିଭିନ୍ନ ବିଭାଗ ବୁଲି ଦେଖିଛନ୍ତି l ଚିକିତ୍ସା ସଂକ୍ରାନ୍ତରେ ବିଭିନ୍ନ ୱାର୍ଡର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଛନ୍ତି l ପରେ ଡାକ୍ତରଖାନାର ନିର୍ଦେଶକ ଡାକ୍ତର ସନ୍ତୋଷ ନାୟକ, ଅଧିକ୍ଷକ ଡାକ୍ତର ଜଗଦୀଶ ଚନ୍ଦ୍ର ବାରିକ ଓ ଅନ୍ୟ ବରିଷ୍ଟ ଡାକ୍ତରଙ୍କ ସହ ଆୟୋଜିତ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ l ଡାକ୍ତରଖାନାର ରହିଥିବା ସୁବିଧା ଓ ଅସୁବିଧା ସମ୍ପର୍କରେ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ ଡାକ୍ତରଙ୍କୁ ପଚାରି ବୁଝିବା ସହ ବିଭିନ୍ନ ବିଭାଗର ତଥ୍ୟ ସଂଗ୍ରହ କରିଛନ୍ତି l ଜିଲ୍ଲାପାଳ ଏବଂ ସିଡିଏମଓ ଙ୍କ ସହ ଆଲୋଚନା ପରେ ତଥ୍ୟ ଗୁଡିକୁ ଟିମ ର ସଦସ୍ୟମାନେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି l ତେବେ ଏହି କେନ୍ଦ୍ରୀୟ ଟିମ ର ସଦସ୍ୟ ମାନେ ଛୋଟ ଛୋଟ ଟିମ ରେ ବିଭକ୍ତ ହୋଇ ଜିଲ୍ଲାର ଆଭ୍ୟନ୍ତରୀଣ ଇଲାକାରେ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ବାସ୍ତବ ସ୍ଥିତିର ସମୀକ୍ଷା କରୁଛନ୍ତି ।

Leave A Reply

Your email address will not be published.