ଶିଶୁ ଦିବସରେ ବିରମିତ୍ରପୁର ଥାନା ହେଲା ଚାଇଲଡ଼ ଫ୍ରେଣ୍ଡଲି ଥାନା।।ଥାନା ପରିସରରେ ଆନନ୍ଦଘର ଉଦଘାଟନ କଲେ ସୁନ୍ଦରଗଡ଼ ଏସପି।

0 346

ଶିଶୁ ଦିବସ ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା କୁ ଏକ ଚାଇଲଡ଼ ଫ୍ରେଣ୍ଡଲି ଥାନାର ମାନ୍ୟତା ଦିଆଯାଇଛି । ଏହି ଅବସରରେ ଥାନା ପରିସରରେ ଏକ ଆନନ୍ଦଘର ର ଶୁଭ ଉଦଘାଟନ ସୁନ୍ଦରଗଡ଼ ଏସ ପି ସାଗରିକା ନାଥ କରିଛନ୍ତି।

ଥାନା ପରିସର ରେ ଉଦଘାଟିତ ହୋଇଥିବା ଏହି ଅନନ୍ଦଘର ମଧ୍ୟରେ ଶିଶୁଙ୍କ ପଢିବା ଲାଗି ଲାଇବ୍ରେରୀ , ଖେଳିବା ଲାଗି ଖେଳ ସାମଗ୍ରୀ ଆଦି ରଖାଯାଇଥିବା ବେଳେ କାନ୍ଥରେ ଚିତ୍ର ମାଧ୍ୟମରେ ସକାରାତ୍ମକ ବାର୍ତ୍ତା ଦିଆଯାଇଛି । ପୋଲିସ ଲୋକଙ୍କ ବନ୍ଧୁ । ପୋଲିସ କୁ ଭୟ କରିବାର କୌଣସି କାରଣ ନାହିଁ । ଛୋଟ ବେଳୁ ପିଲାଙ୍କ ମନରୁ ପୋଲିସ ପ୍ରତି ଥିବା ଧାରଣା ବଦଳାଇବାକୁ ଏବଂ ପୋଲିସ କୁ ନିଜ ବନ୍ଧୁ ଭାବେ ବିବେଚନା କରିବାକୁ ଏହା ଏକ ପ୍ରୟାସ । ରାଜ୍ୟରେ ସମୁଦାୟ ୩୬ ଟି ଥାନାକୁ ଚାଇଲଡ଼ ଫ୍ରେଣ୍ଡଲି ଥାନା ରେ ରୂପାନ୍ତରିତ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ବିରମିତ୍ରପୁର ପଞ୍ଚମ ଚାଇଲଡ଼ ଫ୍ରେଣ୍ଡଲି ଥାନା ବୋଲି ଏସ ପି ସାଗରିକା ନାଥ କହିଛନ୍ତି ।

Leave A Reply

Your email address will not be published.