ଉତ୍ତର ଭାରତ ତଥା ବିଶେଷ କରି ବିହାର ପ୍ରଦେଶ ର ମହାନ ପର୍ଵ ଛଟ ପର୍ଵ କୁ ରାଉରକେଲା ରେ ଶ୍ରଦ୍ଧାଳୁ ମାନେ ବେଶ ଏକ ଧାର୍ମିକ ପରିବେଶ ମଧ୍ୟରେ ମାନଇଛନ୍ତି । କୋଭିଡ କଟକଣା ଲାଗୁ ହୋଇଥିବା ସ୍ୱତ୍ତ୍ୱେ ଶ୍ରଦ୍ଧାଳୁ ମାନଙ୍କୁ ନଦୀ କୂଳ ଏବଂ ବିଭିନ୍ନ ଜଳାଶୟ ନିକଟକୁ ଯିବାକୁ କେହି ଅଟକାଇ ପାରିନାହାନ୍ତି ।
ରାଉରକେଲା ର ରୂପଟୋଲା ଘାଟର ବ୍ରାହ୍ମଣୀ ନଦୀ କୂଳରେ ବ୍ରତାଧାରୀ ମାନେ ଆଜି ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଦେଇଥିଲେ । ଆସନ୍ତା କାଲି ସକାଳେ ସୂର୍ଯ୍ୟଦେବଙ୍କୁ ଦୂତୀୟ ଅର୍ଘ୍ୟ ଦିଆଯିବ। ରୂପଟୋଲା ଘାଟ ଛଡା କୋଏଲ ନଦୀ କୂଳରେ ଏବଂ ବିଭିନ୍ନ ଜଳାଶୟ ନିକଟରେ ମଧ୍ୟ ଶ୍ରଦ୍ଧାଳୁ ମାନେ ଛଟ ପର୍ଵ ରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଦେଇଥିଲେ । ନିଜ ପରିବାରର ସୁଖ ଶାନ୍ତି କାମନା କରି ଘରର ମହିଳା ବ୍ରତାଧାରୀ ମାନେ ତିନିଦିନ ଉପବାସ ରହି ପୂଜାର୍ଚ୍ଚନା କରିବା ପରେ ଆଜି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇ ଉପବାସ ଭାଙ୍ଗିଥିଲେ । ତେବେ ନଦୀକୂଳ ରେ ବହୁ ଶ୍ରଦ୍ଧାଳୁ ଛଟ ପୂଜାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଦେଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ନିଜନିଜ ଘରେ ଛଟ ପର୍ଵ ମନାଇଥିଲେ ।

