ରାଉରକେଲା : ହାୱଡା – ମୁମ୍ବାଇ ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ।। ସ୍ଵତନ୍ତ୍ର ଟ୍ରେନ୍ , ବସ୍ ଯୋଗେ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଗଲା।
ରାଉରକେଲା : ୩୦/୭(ସତ୍ୟାନ୍ୟୁଜ) ହାୱଡା – ମୁମ୍ବାଇ ଏକ୍ସପ୍ରେସ ଦୁର୍ଘଟଣା ପରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଯାତ୍ରୀଙ୍କୁ ବସ୍ ଓ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଯାଇଛି। ହାୱଡ଼ା-ମୁମ୍ବାଇ ମେଲ୍ ଲାଇନଚ୍ୟୁତ ହେବା ପରେ ୫ଟି ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି। ଏଥିସହ ୧୭ଟି ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଛି। ସ୍ଵତନ୍ତ୍ର ରିଲିଫ ଟ୍ରେନ୍ ରାଉରକେଲା ପହଞ୍ଚିବା ବେଳେ ବିଭିନ୍ନ ସଙ୍ଗଠନ ର ସ୍ୱେଚ୍ଛାସେବୀ ମାନେ ଯାତ୍ରୀଙ୍କୁ ଖାଦ୍ୟ ଏବଂ ପାନୀୟ ଦେଇଥିଲେ। ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ବୋଲି ଯାତ୍ରୀ।ମାନେ କହିଛନ୍ତି।
ଅନ୍ୟ ପକ୍ଷରେ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣ ଯୁବକ ରାଉରକେଲାର ବୋଲି ଜଣା ପଡ଼ିଛି। ଜଣେ ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ହୋଇଥିବା ବେଳେ ଅନ୍ୟ ଜଣେ ରେଲୱେ କଲୋନୀ ର ବିକାଶ ରାଓ ବୋଲି ଜଣା ପଡିଛି। ଉଭୟଙ୍କ ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଉକ୍ତ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।