ସୁନ୍ଦରଗଡ଼ : ବିନା ଲାଇସେନ୍ସ ରେ ଡ୍ରାଇଭର ଚଳାଉ ଥିଲା ବସ୍।।୧ ଲକ୍ଷ ୨୨ ହଜାର ଟଙ୍କା ଜୋରିମାନା ସହ ବସ ଜବତ।। ବସ୍ ର ପରମିଟ୍, ଫିଟନେସ୍, ଇନ୍ସୁରଂସ୍ ମଧ୍ୟ ନଥିଲା।।

0 587

ସୁନ୍ଦରଗଡ଼ : ୩୦/୭(ସତ୍ୟାନ୍ୟୁଜ) ଯାନ ବାହାନ ଯାଞ୍ଚ ବେଳେ ପରିବହନ ବିଭାଗ ପକ୍ଷରୁ ଏକ ବସ କୁ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କା ଫାଇନ କରା ଯାଇଛି। ଏହା ସହ ବସକୁ ଜବତ ମଧ୍ୟ କରାଯାଇଛି। ବସ୍ ରେ ନାଁ ଥିଲା ପରମିଟ୍, ନାଁ ଇନ୍ସୁରାଂସ। ବସ୍ ର ଫିଟ୍ ନେସ ମଧ୍ୟ ନଥିଲା। ଏପରିକି ରୋଡ ଟ୍ୟାକ୍ସ ମଧ୍ୟ ଦିଆ ଯାଉ ନଥିଲା। ସୁନ୍ଦରଗଡ଼ ଟାଉନ ଥାନାର ଶଙ୍କରା ହାଇସ୍କୁଲ ନିକଟରେ ପରିବହନ ବିଭାଗ ପକ୍ଷରୁ ବସ ଯାଞ୍ଚ କରା ଯାଉଥିବା ବେଳେ ଏହି ତ୍ରୁଟି ପରିଲକ୍ଷିତ ହୋଇଥିଲା। ଡ୍ରାଇଭରଙ୍କ ଲାଇସେନ୍ସ ନଥିବା ଯାଞ୍ଚ ବେଳେ ଜଣା ପଡ଼ିଥିଲା। ବସରେ ସେତେବେଳେ କ୍ରୀଡା ଛାତ୍ରାବାସର ଅନ୍ତେବାସୀ ମାନେ ଥିଲେ। ଅତି ଦାୟିତ୍ଵ ହୀନତା ଭାବେ ଏହି ବସରେ ପିଲାଙ୍କୁ ନେବା ଆଣିବା କରାଯାଉଥିଲା। ମୋଟର ଯାନ ଆଇନ ର ଗୁରୁତର ଉଲଙ୍ଘନ ଅଭିଯୋଗରେ ବସ୍ କୁ ଜବତ କରାଯିବା ସହ ଲକ୍ଷାଧିକ ଟଙ୍କା ଜୋରିମାନା କରା ଯାଇଥିଲ।

Leave A Reply

Your email address will not be published.