ରାଉରକେଲା : ୩୦/୭ (ସତ୍ୟାନ୍ୟୁଜ) ରାଉରକେଲା – ହାତୀବାରି ରାସ୍ତାରେ ଗତକାଲି ରାତିରେ ଜଣେ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
ହାତୀବାରି ଅଞ୍ଚଳର ବ୍ୟବସାୟୀ ୪୫ ବର୍ଷୀୟ ବସନ୍ତ ବଡ଼ାଇକ କାମ ସାରି ନିଜ କାର ରେ ରାଉରକେଲାରୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଛି। ବସନ୍ତ ନିଜ ସ୍ଵିଫ୍ଟ ଡିଜାୟାର କାର ରେ ଡ୍ରାଇଭର ସହ ଯାଉଥିଲେ। ସୋମବାର ରାତିରେ କୁଆଁରମୁଣ୍ଡା – ହାତୀବାରି ରାସ୍ତାରେ ୭/୮ ଜଣ ଲୋକ ହାତରେ ମାରଣାସ୍ତ୍ର ଧରି ଗାଡ଼ି ଅଟକାଇ ଥିଲେ। ଏହା ଦେଖି ଡ୍ରାଇଭର ଭୟରେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ।
ଦୃବୃତ୍ତ ମାନେ ଧାରୁଆ ଅସ୍ତ୍ରରେ ବସନ୍ତ ଙ୍କୁ ରାସ୍ତା ଉପରେ ହତ୍ୟା କରିବା ପରେ
କଲଭର୍ଟ ତଳକୁ ପକାଇ ଦେଇଥିଲେ। ଡ୍ରାଇଭର ଠାରୁ ଖବର ପାଇ ବସନ୍ତଙ୍କ ଘର ଲୋକ ମାନେ ପୋଲିସ କୁ ଖବର ଦେଇଥିଲେ। ପୋଲିସ୍ ଟିମ୍ ଏସଡିପିଓ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱ ରେ ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟଫୀକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ସହ କାରକୁ ମଧ୍ୟ ଯାଞ୍ଚ କରିଛନ୍ତି। କିଏ କେଉଁ କାରଣ ପାଇଁ ବସନ୍ତ ଙ୍କୁ ହତ୍ୟା କରିଛି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ କହିଛି।