ରାଉରକେଲା : ରେଳ ଷ୍ଟେସନ ରୁ ୩୫ କେଜି ରୂପା ଏବଂ ସାଢେ଼ ୬ ଲକ୍ଷ ଟଙ୍କା ଜବତ।। ୟୁପି ର ଜଣେ ଯୁବକ ଗିରଫ।

0 405

ରାଉରକେଲା: ୧୮/୭ (ସତ୍ୟାନ୍ୟୁଜ)
ରାଉରକେଲା ରେଳଷ୍ଟେସନରୁ ଚୋରା ଚାଲାଣ ହେଉଥିବା ବେଳେ ଜଣେ ଯୁବକ ଙ୍କ ଠାରୁ ବିପୁଳ ପରିମାଣର ରୂପା ଜବତ କରିଛି ଆରପିଏଫ୍। ଏହା ସହ ନଗଦ ସାଢେ଼ ୬ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। ଉକ୍ତ ଯୁବକଙ୍କୁ ଅଟକ ରଖା ଯାଇ ଅଧିକ ତଦନ୍ତ ଜାରି ରହିଛି।
ଏହା ସହ ରାଉରକେଲା ଆର୍‌ପିଏଫ୍‌କୁ ମିଳିଛି ଏକ ବଡ଼ ସଫଳତା । ଚୋରାଚାଲାଣବେଳେ ୩୫ କେଜି ରୁପା ଓ ସାଢ଼େ ୬ ଲକ୍ଷ ଟଙ୍କା ଜବତ ଘଟଣାର ତଦନ୍ତ ଜି ଏସ୍ ଟି ଏବଂ ଆୟକର ବିଭାଗ ମଧ୍ୟ କରୁଛି। ଯୁବକ ଜଣକ ଉତ୍ତରପ୍ରଦେଶ ଆଗ୍ରା ସହରର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଯୁବକଜଣକ ଟ୍ରେନ ଧରିବା ପାଇଁ ରାଉରକେଲା ରେଳଷ୍ଟେସନର ୪ ନମ୍ବର ପ୍ଲାଟ୍‌ଫର୍ମରେ ବସିଥିଲେ। ତାଙ୍କର ହାବଭାବ ଦେଖି ଆର୍‌ପିଏଫ୍‌ର ସନ୍ଦେହ ହୋଇଥିଲା। ଆର୍‌ପିଏଫ୍‌ ଯବାନମାନେ ତାଙ୍କୁ ପଚରାଉଚରା କରିଥିଲେ। ଉକ୍ତ ଯୁବକଙ୍କଠାରୁ ରୁପା ଓ ଟଙ୍କା ଜବତ ହେଲା ପରେ ତାଙ୍କୁ ଆର୍‌ପିଏଫ୍ ନିଜ କବ୍‌ଜାକୁ ନେଇଥିଲା। ଯୁବକଜଣକ ଅତି ଚତୁରତାର ସହ ରୁପା ଓ ନଗଦ ଟଙ୍କାକୁ ଏକ ଜ୍ୟାକେଟ୍‌ରେ ଲୁଚାଇ ଟ୍ରେନରେ ଯାତ୍ରା କରିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ। ସନ୍ଦେହ ହେବାରୁ ଯାଞ୍ଚ ବେଳେ ରୂପା ସହ ନଗଦ ଟଙ୍କା ଜବତ ହୋଇଥିଲା। ଏହି ସୂଚନା ପାଇବାପରେ ରାଉରକେଲା ଆୟକର ବିଭାଗ ଓ ଜିଏସ୍‌ଟି ଅଧିକାରୀମାନେ ମଧ୍ୟ ବୁଧବାର ରାଉରକେଲା ଆର୍‌ପିଏଫ୍‌ ପୋଷ୍ଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଆର୍‌ପିଏଫ ଘଟଣାର ଅନୁସନ୍ଧାନ କରୁଛି। ସୂଚନାଯୋଗ୍ୟ ଯେ, ମୁମ୍ବାଇ ଏବଂ କୋଲକାତା ପରି ସହରରୁ ସୁନା ଓ ରୁପା ରାଉରକେଲା ନିୟମିତ ଭାବେ ଆସୁଛି। ଏହି ଘଟଣାର ଅଧିକ ତଦନ୍ତ ଆବଶ୍ୟକ ରହିଛି।

Leave A Reply

Your email address will not be published.