ସୁନ୍ଦରଗଡ଼ : ୧୬/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଧାରୁଆଡିହି ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନଯାୟୀ ମଙ୍ଗଳବାର ସକାଳେ ଝାରସୁଗୁଡାର ତିନିଜଣ ଯୁବକ ସୁନ୍ଦରଗଡରୁ କାମ ସାରି ଫେରୁଥିଲେ। ଫେରୁଥିବା ବେଳେ ଧରୁଆଡ଼ିହି ଥାନା ଫାଟକ ନିକଟ ମୁଣ୍ଡାଢିପା ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଟି ଗଛ ରେ ପିଟି ହୋଇ ଯାଇଥିଲା। ବାଇକ ରେ ୩ ଜଣ ଯାଉଥିବା ବେଳେ ଘଟଣା ସ୍ଥଳରେ ବାଇକ ଚାଳକ ମୃତ୍ୟ ବରଣ କରିଥିଲେ। ପଛରେ ବସିଥିବା ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି। କୌଣସି କାର୍ଯ୍ୟ ରେ ସୁନ୍ଦରଗଡ଼ ରୁ ଫେରିବା ସମୟରେ ଏହି ଦୁର୍ଘଟଣା ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।