ସୁନ୍ଦରଗଡ଼ : କୁତ୍ରା ଥାନା ଅଞ୍ଚଳ ରେ ଯୁବକ ଯୁବତୀ ଙ୍କୁ ଛୁରୀ ଭୁଷି ହତ୍ୟା।। ତ୍ରିକୋଣିୟ ପ୍ରେମ ବ୍ୟାପାର ରୁ ହତ୍ୟାକାଣ୍ଡ ସନ୍ଦେହ ।

0 660

ରାଉରକେଲା : ୧୫/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ଗତକାଲି ରାତିରେ ଘଟି ଯାଇଛି ଏକ ଡବଲ ମର୍ଡର। ତ୍ରିକୋଣିୟ ପ୍ରେମ ବ୍ୟାପାର କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଡ୍ରାଇଭରର ଛୁରା ମାଡ଼ରେ ଯୁବକ ଏବଂ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣ। ରୁମାବାହାଲ ଗ୍ରାମର ୨୬ ବର୍ଷୀୟ ପ୍ରତାପ ଲାକ୍ରା ଏବଂ ଯୁବତୀ ଜଣକ କୁତ୍ରା ଥାନା ତୁନମୁରା ପଞ୍ଚାୟତ ର କାଶୀପଡା ଗ୍ରାମର ୨୪ ବର୍ଷୀୟା ଲିପ୍ସା କେର୍କେଟା । ଗତକାଲି ରାତ୍ରୀ ରେ ଏହି ଘଟଣା ଘଟିଛି । ଘଟଣା ପରେ ହତ୍ୟାକାଣ୍ଡ ଭିଆଇ ଥିବା ଅଭିଯୁକ୍ତ ଫେରାର ହୋଇ ଯାଇଥିବା ଜଣାପଡିଛି । କୁତ୍ରା ପୁଲିସ ଘଟଣା ର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଡ୍ରାଇଭର ଜଣକ ରାଜଗାଙ୍ଗପୁର ଥାନା ଜଅରୁମାଲ ଅଞ୍ଚଳର ରାଜୁ ନାଗ ବୋଲି ଜଣାପଡିଛି।

Leave A Reply

Your email address will not be published.