ରାଉରକେଲା : ୧୪/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସାନ ଇନ୍ଦୁପୁର ରୁଙ୍ଗଟା ମାଇନ୍ସ କଲୋନୀ ରେ ହୋଇ ଯାଇଛି ଏକ ବଡ ଧରଣର ଚୋରି। ଚୋର ମାନେ କଲୋନୀରେ ପାଚେରୀ ଡେଇଁ ପଶି ଏହି ଚୋରି କରିଛନ୍ତି। ସଂଘବଧ ଭାବେ ଅନ୍ୟୁନ ୧୫ ଟି ଘରୁ ଦୁର୍ବୃତ୍ତ ମାନେ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି କାର ନେଇଛନ୍ତି। କବାଟ କାଟି ଘରେ ପଶିଥିଲେ ଚୋରମାନେ। ଏପରିକି କଟର ସାହାଯ୍ୟରେ ଆଲମୀରା ଲକର କାଟି ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ୪୦ ଲକ୍ଷ ଟଙ୍କାହେବ ବୋଲି କୁହାଯାଉଛି। ନଗଦ ୫ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।
ଗତ ଶୁକ୍ରବାର ରାତିରେ ରୁଙ୍ଗଟା କମ୍ପାନୀର ଷ୍ଟାଫ୍ ମାନେ ଛୁଟି ରେ ଘରକୁ ଯାଇଥିବା ବେଳେ ଏହି ଚୋରି ହୋଇଛି। କୋଇଡା ପୋଲିସ ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଚୋର ମାନଙ୍କର କୌଣସି ସୁରାଗ ପାଇନାହାନ୍ତି।