ରାଉରକେଲା : ଯାତ୍ରୀବାହୀ ବସ୍ କୁ ପିଟିଲା ଟ୍ରକ।। ୩ ବସ୍ ଯାତ୍ରୀ ସାମାନ୍ୟ ଆହତ।। ପୋଲିସ ଟ୍ରକ ଜବତ କରି ତଦନ୍ତ କରୁଛି।

0 570

ରାଉରକେଲା : ୧୩/୭(ସତ୍ୟାନ୍ୟୁଜ) ରାଉରକଲାରୁ ସମ୍ବଲପୁର ଯାଉଥିବା ଏକ ଯାତ୍ରୀ ବାହୀ ବସ କୁ ଟ୍ରକ୍ ପିଟି ଦେବା ଫଳରେ ବସ ରେ ଥିବା ପାଞ୍ଚ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶନିବାର ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟ ରିଙ୍ଗ ରୋଡ ରେ ଘଟିଛି। ‘ ଖୁସବୁ ‘ ନାମକ ଘରୋଇ ବସ୍ ସମ୍ବଲପୁର ଯାଉଥିବା ବେଳେ ଉଦିତ ନଗର ଆରଏମସି ଛକ ନିକଟରେ ଏକ ଟ୍ରକ ଆସି ପିଟି ଦେଇଥିଲା। ବସ୍ ରେ ବହୁ କମ ଯାତ୍ରୀ ଥିଲେ। ସୌଭାଗ୍ୟ
ବଶତ ଯତ୍ରୀଙ୍କର କୌଣସି କ୍ଷତି ହୋଇ ନଥିଲା ବେଳେ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ପାଇ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ରାସ୍ତା କ୍ଲିଅର୍ କରିବା ସହ ଟ୍ରକ କୁ ଜବତ କରି ତଦନ୍ତ କରୁଛନ୍ତି। ସକାଳ ପ୍ରାୟ ସାଢେ଼ ଆଠଟା ବେଳେ ଏହି ଦୁର୍ଘଟଣା ଘଟିଛି।

Leave A Reply

Your email address will not be published.