ସୁନ୍ଦରଗଡ : ବେଦାନ୍ତ ଜାମକାନୀ କୋଇଲା ଖଣି ନିକଟରେ ପୋଲିସ ଆନ୍ଦୋଳନ କାରୀ ମୁହାଁମୁହିଁ।। ପୁନର୍ବାସ ଓ ଥଇଥାନ ଦାବିରେ ଆନ୍ଦୋଳନରେ ଥିଲେ ବିସ୍ଥାପିତ।
ସୁନ୍ଦରଗଡ଼ : ୩/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ବେଦାନ୍ତ ଜାମକାନି କୋଇଲା ଖଣି ପ୍ରକଳ୍ପ ରେ ପୋଲିସ ଆନ୍ଦୋଳନକାରୀ ମୁହାଁମୁହିଁ ଯୋଗୁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୁନର୍ବାସ ଓ ଥଇଥାନ ଦାବି ନେଇ ଗତ ୧୦ ଦିନରୁ ଆନ୍ଦୋଳନରେ ଥିଲେ ଖଣି ପ୍ରଭାବିତ ୪ ଗାଁ ର ବିସ୍ଥାପିତ । ଜାମକାନି, ଗିରିସିମା, ଝରପଲମ ଏବଂ ମେଣ୍ଢା ଗାଁ ର ବିସ୍ଥାପିତ ଙ୍କ ଆନ୍ଦୋଳନ ଯୋଗୁଁ ଠପ୍ ହୋଇଯାଇଥିଲା ଖଣି ଉତ୍ତୋଳନ ଏବଂ ପରିବହନ କାର୍ଯ୍ୟ । ଖଣି ଭିତରକୁ ପୋଲିସ ଉପସ୍ଥିତି ଗାଡି ପଶିବା ପରେ ଉତ୍ତେଜନା ଦେଖା ଦେଇଥିଲା। ଆନ୍ଦୋଳନ କରି ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇବାକୁ ପ୍ରୟାସ କଲା ବେଳେ ଦେଖାଦେଇଛି ଉତ୍ତେଜନା। ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।