ବଣାଇ : ୩/୭(ସତ୍ୟାନ୍ୟୁଜ) ବଣାଇଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମର ମାଁ ବଲାଣୀ ପାଟ ମନ୍ଦିରରେ ପରିସରରେ ୭୫ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ବଲାଣୀ ପାଟ ମନ୍ଦିରରେ ପୁଜାର୍ଚ୍ଚନା କରି ମାଆଙ୍କ ନାଁରେ ଗୋଟେ ଗଛ ରୋପଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ବଣାଇଁ ରେଞ୍ଜର ଦେବାଶିଷ ନାୟକଙ୍କ ତତ୍ବାବଧାନରେ ହୋଇଥିଲା। ରାଉରକେଲା ଆରସିସିଏଫ
ରାମା ସ୍ବାମୀ.ପି. ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବଣାଇଁ ଡିଏଫଓ ଲଲିତ କୁମାର ପାତ୍ର, ଅବସରପ୍ରାପ୍ତ ଶିକ୍ଷାବିତ୍ ଶୁଭେନ୍ଦ୍ର ନାଥ ମଲ୍ଲିକ,ସ୍ଥାନୀୟ ସରପଞ୍ଚ ପ୍ରେମ ଜାନୀ କିସାନ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ସଭାପତି ଯୁଧିଷ୍ଠିର ବେହେରା, ବଣାଇଁ ଫରେଷ୍ଟର ଜ୍ଞାନ ରଞ୍ଜନ ମାହାନ୍ତି,ସରସରା ବଲାଙ୍ଗ ଫରେଷ୍ଟର ସଦାଶିବ ପାତ୍ର,ଫରେଷ୍ଟର ଗଗନ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପରେ ମାଁ ବଲାଣୀ ପାଟ ମନ୍ଦିରରେ ନିକଟରେ ଥିବା ପାହାଡ ଉପରେ ବୃକ୍ଷ ରୋପଣ କରାଯାଇ ଥିଲା। ବଣାଇଁ ସେଣ୍ଟ ଯୋସେଫ କନଭେଣ୍ଟ ସ୍କୁଲର ପ୍ରିନ୍ସିପାଲ ଏବଂ ଛାତ୍ରଛାତ୍ରୀ, ବଲାଣୀ ପାଟ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଇନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଗ୍ରାମର ମହିଳାମାନେ ଉପସ୍ଥିତ ରହି ଗୋଟିଏ ଗୋଟିଏ ଗଛ ଲଗାଇ ଥିଲେ