ସୁନ୍ଦରଗଡ଼ : ୧ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗର ଜବତ କଲେ ଟାଉନ ଥାନା ପୋଲିସ।। ଡ୍ରଗ୍ସ କାରବାର ଅଭିଯୋଗରେ ସ୍ୱାମୀ , ସ୍ତ୍ରୀ ଗିରଫ।
ସୁନ୍ଦରଗଡ : ୧୬/୫ (ସତ୍ୟାନ୍ୟୁଜ) ଡ୍ରଗ୍ସ କାରବାର ରୋକିବା ଦିଗରେ ସୁନ୍ଦରଗଡ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବହୁ ଦିନ ଧରି ଏକ ଦମ୍ପତ୍ତି ବ୍ରାଉନ ସୁଗର ବେପାର କରୁଥିଲେ। ଡ୍ରଗସ ବିକ୍ରି କରିବା ପାଇଁ ବାହାରି ଥିବା ବେଳେ ଧରା ପଡିଗଲେ ପୋଲିସ ହାତରେ । ତାଙ୍କ ଠାରୁ ପୋଲିସ ୧ ଲକ୍ଷ ଟଙ୍କା ମୂଲ୍ୟ ର ୧୦ ଗ୍ରାମ ଡ୍ରଗ୍ସ ଜବତ କରିବା ସହ ନଗଦ ୧୦ ହଜାର ଟଙ୍କା ଜବତ କରିଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ କୋର୍ଟ ଚାଲାଣ କରିଛି ସୁନ୍ଦରଗଡ଼ ଟାଉନ ଥାନା ପୋଲିସ।
ସୁନ୍ଦରଗଡ଼ ସହର ରାଣୀ ବଗିଚା ଅଞ୍ଚଳ ର ସ୍ବାମୀ ହରିଶ ଧରେଇ ଏବଂ ସ୍ତ୍ରୀ ଇଶା ଧରେଇ ରହନ୍ତି। ଉଭୟ ଦୀର୍ଘ ଦିନ ରୁ ଧଳା ଜହର ବେପାର କରୁଥିଲେ । ତାଙ୍କ ନାଁ ରେ ପୂର୍ବରୁ ମଧ୍ୟ ମାମଲା ରହିଛି । ଜେଲ୍ ରୁ ବାହାରିବା ପରେ ଉଭୟ ପୁଣି ଡ୍ରଗ୍ସ ବେପାର କରୁଥିବା ପୋଲିସ ପାଖରେ ଖବର ରହିଥିଲା। କୌଣସି ସୂତ୍ର ରୁ ଖବର ପାଇ ପୋଲିସ ତାଙ୍କୁ ଆଦର୍ଶ ନଗର ନିକଟରୁ ଧରିଥିଲା।