ରାଉରକେଲା : ମୌଳିକ ସୁବିଧାରୁ ବଞ୍ଚିତ ଦୁଇଟି ଗ୍ରାମ ଲୋକେ ନେଲେ ଭୋଟ୍ ବର୍ଜନ ନିଷ୍ପତ୍ତି।। ପାନପୋଷ ଉପଖଣ୍ଡ କୁମଝରିଆ ପଞ୍ଚାୟତର ଗାଁ।
ରାଉରକେଲା : ୧୬/୫ (ସତ୍ୟାନ୍ୟୁଜ) ଗାଁ କୁ ନା ଅଛି ଭଲ ରାସ୍ତା ନା ପିଇବା ପାଇଁ ପାନୀୟ ଜଳର ବ୍ୟବସ୍ଥା। ପାଣି ପାଇଁ ଗାଁ ଲୋକେ ନିର୍ଭର କରନ୍ତି ଏକ ନାଳ ଉପରେ। ତା ପୁଣି ଖରା ଦିନେ ଶୁଖି ଯାଏ। ଗାଁ କୁ ଭଲ ରାସ୍ତା ନଥିବାରୁ ଚାରି ଚକିଆ ଯାନ ସହ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରେ ନାହିଁ। ବର୍ଷା ଦିନେ ଗାଁ ଭିତରକୁ ବାଇକ ମଧ୍ୟ ପଶି ପାରେ ନାହିଁ। ସରପଞ୍ଚଙ୍କ ଠାରୁ ନେଇ ବିଧାୟକଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇ ପାରୁନାହିଁ। ଫଳରେ ଗ୍ରାମବାସୀ ମାନେ ଆସନ୍ତା ମେ ୨୦ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନର ନିଷ୍ପତ୍ତି ନେଇଛନ୍ତି।
ରାଉରକେଲା ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ଦୁଇଟି ଗାଁ ପଟୁଆବାହାଲ ଏବଂ କୁଇନାରଗଡା ଅବସ୍ଥିତ। ପାନପୋଷ ଉପଖଣ୍ଡ କୁଆରମୁଣ୍ଡା ବ୍ଲକ କୁମଝରିଆ ଗ୍ରାମ ପଞ୍ଚାୟତର ଏହି ଦୁଇ ଗ୍ରାମବାସୀ ନେଇଛନ୍ତି ଭୋଟ୍ ବର୍ଜନର ନିଷ୍ପତ୍ତି। ଅବହେଳାର ଶିକାର ଗ୍ରାମବାସୀ ଆଜି ଏକ ବୈଠକ କରି ନେଇଛନ୍ତି ଏଇ ଚରମ ନିଷ୍ପତ୍ତି।