ରାଉରକେଲା : ମେ ୧୫ରେ ରାଉରକେଲା ଦେଖିବ ହାଇ ଭୋଲ୍ଟେଜ୍ ପ୍ରଚାର।। ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଦଳୀୟ ପ୍ରଚାରରେ ସାମିଲ ହେବେ।
ରାଉରକେଲା : ୧୩/୫ (ସତ୍ୟାନ୍ୟୁଜ) ଆସନ୍ତା ୧୫ ତାରିଖରେ ରାଉରକେଲା ଦେଖିବ ହାଇ ଭୋଲ୍ଟେଜ୍ ନିର୍ବାଚନୀ ପ୍ରଚାର। ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ସାଢ଼େ ୧୧ଟାରେ ୧୩ ନମ୍ବର ସେକ୍ଟର ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅପରାହ୍ନ ସାଢେ ୩ଟାରେ ଏରୋଡ୍ରମ ନିକଟ ପଡ଼ିଆରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅମିତ ଶାହାଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ବିଜେଡି ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ସଫଳ କରିବାକୁ ପ୍ରସ୍ତୁତି ଚାଲିଛି। ଉଭୟ କାର୍ଯ୍ୟକ୍ରମ ପାଇଁ ହାଇଟେକ୍ ପେଣ୍ଡାଲ ସହ ଲୋକଙ୍କ ପାଇଁ ଟେଣ୍ଟ ମରା କାମ ଆରମ୍ଭ ହୋଇ ଗଲାଣି। କେନ୍ଦ୍ର ଗୃହମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଗସ୍ତ ଦୃଷ୍ଟିରୁ ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରା ଗଲାଣି।