ରାଉରକେଲା ରେ ଶଳା କୁ ଶିଳିପୁଆ ରେ ଛେଚି ହତ୍ୟା କଲା ଭିଣୋଇ।ହତ୍ୟାକାରୀ ଭିଣୋଇ ଗିରଫ।

0 1,289

ଘରୋଇ କଳି କୁ କେନ୍ଦ୍ରକରି ଭିଣୋଇ ପଥରରେ ଛେଚି ହତ୍ୟା କଲା ବଡ ଶଳା କୁ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ଗୋପବନ୍ଧୁପାଲି ରେ । ଶୁକ୍ରବାର ସକାଳେ ଫିଲଟର କଲୋନୀ ରେ ରହୁଥିବା ନିର୍ମଳ ବାଡା ତାର ବଡ଼ ଶଳା ବନ୍ଦନ ଘୋଷ ଘରକୁ ଆସିଥିଲା । କୌଣସି ପାରିବାରିକ ଘଟଣାକୁ ନେଇ ଉଭୟ ଶଳା ଏବଂ ଭିଣୋଇ ଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଭିଣୋଇ ନିର୍ମଳ , ପାଖରେ ଥିବା ଏକ ପଥର ଶିଳିପୁଆ ରେ ଶଳା ବନ୍ଦନ ର ମୁଣ୍ଡକୁ ଛେଚି ମାରିଦେଇଥିଲା । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ପୋଲିସ ନିର୍ମଳ ବାଡା କୁ ଗିରଫ କରି ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.