ବଣାଇ : ନାତିର ଟାଙ୍ଗିଆ ଚୋଟରେ ଅଜାର ମୃତ୍ୟ।। ହୋଲିରେ ମଦ ନିଶାରେ ନାତି କଲା ଏପରି କାଣ୍ଡ। ଅଭିଯୁକ୍ତ ନାତି ଗିରଫ।

0 480

ବଣାଇ : ୨୭/୩ (ସତ୍ୟାନ୍ୟୁଜ) ମଦ ନିଶାରେ ହିତାହତ ଜ୍ଞାନ ହରାଇ ନାତି ହତ୍ୟା କଲା ତାର ଅଜାକୁ। ହୋଲିରେ ନାତି ବିମଳ ତିର୍କୀ ମଦ ପିଇ ନିଶାରେ ଚୁର ହୋଇ ଘରକୁ ଆସିଥିଲା। ଅଜା ବେନ୍ ତିର୍କୀ ନାତିର ମାତାଲ ଅବସ୍ଥା ଦେଖି ପାଟି କରିଥିଲା। ଫଳରେ ଉତ୍ୟକ୍ତ ହୋଇ ବିମଳ ଏକ ଟାଙ୍ଗିଆରେ ଅଜାକୁ ହାଣି ହତ୍ୟା କରିଥିଲା। ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ର ଟୁଁଗୁରି ଟୋଲୀ ଗ୍ରାମର। ପୋଲିସ ନାତି ବିମଳକୁ ଗିରଫ କରି କୋୖର୍ଟ ଚାଲାଣ କରିଛି।

Leave A Reply

Your email address will not be published.