ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସୁନ୍ଦରଗଡ
ଏନ ଟି ପି ସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ।

0 321

ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସୁନ୍ଦରଗଡରେ ଥିବା ଏନ ଟି ପି ସି ରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।
ଏନ ଟି ପି ସି ୧୯୭୫ ମସିହାରେ ସ୍ଥାପନ କରାଯାଇଥିଲା ଏବଂ ଏହା ଆଜି ସଫଳତାର ସହ ୪୬ ବର୍ଷରେ ପଦାର୍ପଣ କରିଛି। ଦେଶରେ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଏହି ସଂସ୍ଥାର ଯୋଗଦାନ ପ୍ରଶଂସନୀୟ। ସୁନ୍ଦରଗଡ ଏନ ଟି ପି ସି ଏବେ ୧୧ ବର୍ଷରେ ପହଞ୍ଚିଛି ।

ନିଜ ରାଜ୍ୟ ବ୍ୟତୀତ ଏହି ସଂସ୍ଥା ଆହୁରି ୫ ରୁ ୬ ଟି ରାଜ୍ୟକୁ ବିଜୁଳି ଯୋଗାଇବାରେ ସଫଳ ହୋଇଛି । ଏହି ଅମୃତ ମହୋତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଦୀର୍ଘ ବର୍ଷର ଏନ ଟି ପି ସି ରେ ଯାତ୍ରା ର ବିବରଣୀ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ଏସ ପି ସାଗରିକା ନାଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.