ରାଉରକେଲା ଇସ୍ପାତ କାରଖାନା କ୍ୟାପିଟିଭ ପାୱାର ପ୍ଲାଣ୍ଟ ୧ ରେ ରବିବାର ପୂର୍ବାହ୍ନ ରେ ଦୁର୍ଘଟଣା ଘଟି ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଆଇ ଜି ଏଚ ରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି

। ମୃତକ ରାଉରକେଲା ଇସ୍ପାତ ସହରାଞ୍ଚଳ ସୁଭାଷ ପାଲି ବସ୍ତିର ୪୨ ବର୍ଷୀୟ ଅମର କୁମାର ପଣ୍ଡା ବୋଲି ଅର ଏସ ପି ସୂତ୍ରରୁ ଜଣା ପଡିଛି। ଗୁରୁତର ଆହତ ସୁଶୀଲ କୁମାର ଦେଓଗ୍ରାମ ଙ୍କୁ ଆଇ ଜି ଏଚ ରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଦକ ଘରୋଇ ସଂସ୍ଥାର ଉଭୟ ଠିକା କର୍ମଚାରୀ ସିପିପି ୧ ରେ କାମ କରୁଥିବା ବେଳେ ଉପରୁ ଏକ ପ୍ଲେଟ ଖସି ପଡ଼ିଥିଲା। ଅମର ପ୍ଲେଟ ତଳେ ଚାପି ହୋଇଯାଇଥିବା ବେଳେ ସୁଶୀଲ ଆହତ ହୋଇଥିଲେ। ଉଭୟଙ୍କୁ ଆଇ ଜି ଏଚ ନିଆଯାଇଥିଲା। ଡାକ୍ତର ସେଠାରେ ଅମର ଙ୍କୁ ମୃତ ଘୋଷଣା କରିଥିଲେ।
ରାଉରକେଲା ଇସ୍ପାତ କରଖାନା ଡ଼ାଇରେକ୍ଟର ଇନଚାର୍ଜ ଅମରେନ୍ଦୁ ପ୍ରକାଶ ଦୁର୍ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।