ପଞ୍ଚାୟତ ନିର୍ବାଚନ : ସୁନ୍ଦରଗଡ଼ ଜିଲ୍ଲାରେ ଯାଞ୍ଚ ପରେ ୭ ହଜାର ୩୧୭ ଜଣଙ୍କ ପ୍ରାର୍ଥୀପତ୍ର କାୟମ।। ୪୧୫ ପ୍ରାର୍ଥୀପତ୍ର ନାକଚ।

0 300

ଆସନ୍ତା ଫେବୃଆରୀ ୧୬ ତାରିଖରୁ ରାଜ୍ୟର ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୪୧୫ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୭୩୧୭ ଜଣଙ୍କ ପ୍ରାର୍ଥୀପତ୍ର କାୟମ ରହିଛି। ମୋଟ ୭ ହଜାର ୭୩୨ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ନାମ ଏବଂ ନିର୍ବାଚନୀ ଚିହ୍ନ ଘୋଷଣା କରାଯାଇଛି। ଆସନ୍ତା ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

Leave A Reply

Your email address will not be published.