ରାଉରକେଲା: ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପ୍ରଭାବରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ।। ଦୋକାନ ବଜାର , ବସ୍ , ଅଟୋ ଚଳାଚଳ ବନ୍ଦ।

0 74

ରାଉରକେଲା: ୮/୧୦
(ସତ୍ୟାନ୍ୟୁଜ) ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ୪ ଦଫା ଦାବୀ ନେଇ କଂଗ୍ରେସ , ବାମଦଳ ଏବଂ ଅନ୍ୟ ସହଯୋଗୀ ଦଳ ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆ ଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଙ୍କ ଇସ୍ତଫା ଦାବି , ଏମ୍ ଏମ୍ ଡି ଆର ଆଇନ୍ ର ପ୍ରତ୍ୟାହାର , ରାଜ୍ୟ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ଆଜି ସକାଳୁ ରାଉରକେଲା ର ବିଭିନ୍ନ ସ୍ଥାନରେ ବିରୋଧୀ ଦଳ ପକ୍ଷରୁ ରାସ୍ତା ଅବରୋଧ କରା ଯାଇଛି। ବିର୍ସା ମୁଣ୍ଡା ଛକରେ କଂଗ୍ରେସ ଏବଂ ବାମଦଳ ପକ୍ଷରୁ ରାସ୍ତା ଅବରୋଧ କରା ଯାଇଥିବାରୁ ଲୋକମାନେ ଭୀଷଣ ଅସୁବିଧାରେ ସମ୍ମୁଖୀନ ହୋଇ ଥିଲେ। ଟାୟାର ଆଦି ଜାଳି ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନ କାରୀ। ବସ୍ ଚଳାଚଳ ବନ୍ଦ ରହିଛି। ଅଟୋ , ଟ୍ୟାକ୍ସି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ସହରର ଦୋକାନ ବଜାର , ପେଟ୍ରୋଲ ପମ୍ପ ଆଦି ବନ୍ଦ ରହିଛି। କେବଳ ରାଉରକେଲା ନୁହେଁ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ବେଦବ୍ୟାସ ଛକ , ରଜାମୁଣ୍ଡା , ରକ୍ସି, କୋଇଡା , ରାଜଗାଙ୍ଗପୁର , ସୁନ୍ଦରଗଡ଼ରେ ମଧ୍ୟ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି। ରାଉରକେଲା ଇସ୍ପାତ କାରଖାନାରେ ଶ୍ରମିକ କର୍ମଚାରୀ ଙ୍କ ଉପସ୍ଥାନ ଠିକ୍ ଥିବା ବେଳେ ବିଭିନ୍ନ ଖଣି ଖାଦାନ ରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି।

Leave A Reply

Your email address will not be published.