ବିରମିତ୍ରପୂର୍: ଆମକୋ – ସିମକୋ ସହିଦ ସ୍ଥଳରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି।। ବ୍ରାହ୍ମଣମରା ସମାଧି ସ୍ଥଳରେ ମଧ୍ୟ ଦିଆଗଲା ଶ୍ରଦ୍ଧାଞ୍ଜଳି।

0 64

ବିରମିତ୍ରପୁର:୨୫/୪(ସତ୍ୟାନ୍ୟୁଜ) ଆଜି ଆମକୋ – ସିମକୋ ସହିଦ ଦିବସ। ଆଜି ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ୪୯ ଜଣ ନିରୀହ ଆଦିବାସୀ ବ୍ରିଟିଶ୍ ପୋଲିସ୍ ବାହିନୀ ର ଗୁଳିରେ ସହିଦ ହୋଇଥିଲେ। ୧୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ଆହତ ହୋଇଥିଲେ। ପ୍ରାୟ ୮୭ ବର୍ଷ ପୂର୍ବେ ୧୯୩୯ ମସିହା ଆଜି ଦିନରେ ଆଦିବାସୀ ଯୁବ ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ନେତୃତ୍ୱ ସ୍ଥାନୀୟ ଆଦିବାସୀ ଜନଜାତି ମାନେ ବ୍ରିଟିଶ ସରକାରଙ୍କ ଅନ୍ୟାୟ କର ବିରୁଦ୍ଧରେ ଏକତ୍ରିତ ହୋଇଥିଲେ। ଏହି ସମୟରେ ବ୍ରିଟିଶ ପୋଲିସ୍ ଘେରିଯାଇ ଆଖିବୁଜା ଗୁଳି ଚାଳନା କରିଥିଲେ। ଫଳରେ ଘଟଣା ସ୍ଥଳରେ ୪୯ ଜଣ ସହିଦ ହୋଇଥିଲେ।
ଏହି ଦିନକୁ ମାନେ ପକାଇବାକୁ ଆଜି ସୁନ୍ଦରଗଡ଼ ଜିଲ୍ଲା ରେ ଆମକୋ – ସିମକୋ ସହିଦ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଆଜି ସକାଳେ ବିରମିତ୍ରପୂର୍ ବ୍ରାହ୍ମଣମରା ସମାଧି ପୀଠରେ ସ୍ଥାନୀୟ ଶ୍ରୁତି କମିଟି ପକ୍ଷରୁ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା।ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ , ପୂର୍ବତନ ବିଧାୟକ ଶଙ୍କର ଓରାମ , ସୃତି କମିଟି ଆବାହକ ବିଜୟ କୁମାର ଟପ୍ପୋ , ପୂର୍ବତନ ପୋଲିସ୍ ଅଧିକାରୀ ସୁମନ ଦତ୍ତ ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଆମକୋ – ସିମକୋ ସହିଦ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସହିଦ ଦିବସ ପାଳନ କରାଯାଉଛି।

Leave A Reply

Your email address will not be published.