ବଣାଇ : ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା ରେ ୫ ଆହତ।। ଦୁଇଜଣ ରାଉରକେଲା ସ୍ଥାନାନ୍ତରିତ।

0 58

ବଣାଇ:୧୨/୯(ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପୃଥକ ପୃଥକ ସଡ଼କ ଦୁର୍ଘଟଣା ରେ ପାଞ୍ଚ ଜଣ ଆହତ ହୋଇଛନ୍ତି।

ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ନିକଟରେ କାରକୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ କାରରେ ଥିବା ଏକ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ରାଉରକେଲାରୁ ବାରକୋଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କାରରେ ଥିବା ଲୋକଙ୍କ ମଧ୍ୟରୁ କେତେ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ।

ସେହିପରି ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଂ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା ଏକ ବାଇକ୍। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ପୃଥକ ଦୁର୍ଘଟଣାକୁ ନେଇ ସମ୍ପୃକ୍ତ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.