ସୁନ୍ଦରଗଡ଼ : ସ୍କୁଟି ଉପରେ ଚଢ଼ି ଗଲା ଟ୍ରକ୍। ଶିଶୁ , ମା , ଜେଜେ ମା ମୃତ। ଭସ୍ମା ଥାନା ନିକଟ ବିଜୁ ଏକ୍ସପ୍ରେସୱେ ରେ ଭୟଙ୍କର ଦୁର୍ଘଟଣା।।

0 149

ସୁନ୍ଦରଗଡ଼ : ୨୧/୮
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଭସ୍ମା ଥାନା ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଛାତି ଥରା ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି। ଏହି ବିଜୁ ଏକ୍ସପ୍ରେସୱେରେ ସ୍କୁଟି ଉପରେ ଏକ କୋଇଲା ବୋଝେଇ ଟ୍ରକ୍ ଚଢ଼ି ଯିବାରୁ ସଦର ଥାନା
ଗଇଜୋର୍ ଗାଁ ର ଏକ ତିନି ବର୍ଷୀୟ ଶିଶୁ , ଶିଶୁଙ୍କ ମା ମିତା ସିଂ ଏବଂ ଏବଂ ଆଉ ଜଣେ ବୟସ୍କା ମହିଳା ମୃତ୍ୟୁ ବରଣ କରିଛନ୍ତି। ମିତା ଙ୍କ ଭଉଣୀ ଲିସା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଛନ୍ତି। ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିବା ବେଳେ ଉତ୍ୟକ୍ତ ଲୋକ ମାନେ ରାସ୍ତା ଅବରୋଧ କରିଥିଲେ। ଫଳରେ ବିଜୁ ଏକ୍ସପ୍ରେସୱେ ର ଉଭୟ ପଟରେ ବହୁ ଗାଡ଼ି।ମଟର ଅଟକି ରହିଥିଲା। ଉପଖଣ୍ଡ ପୋଲିସ୍ ଅଧିକାରୀ ନିର୍ମଳ ଚନ୍ଦ୍ର ମହାପାତ୍ର ଏବଂ ଭସ୍ମା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟି ଥିଲା।

Leave A Reply

Your email address will not be published.