ରାଉରକେଲା : ପିଆଜ କିଲୋ ୫୦ , ଆଳୁ ୧୮ ।। ଦର ନିୟନ୍ତ୍ରଣ ରେ ରଖିବାକୁ ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଯାଞ୍ଚ।

0 59

ରାଉରକେଲାରେ ବଢ଼ିଲା ଆଳୁ-ପିଆଜ ଦର, ବଜାରରେ ଯୋଗାଣ ବିଭାଗର ଚଢ଼ାଉ

ରାଉରକେଲା:୨୦/୮
(ସତ୍ୟାନ୍ୟୁଜ) ଖାଉଟିଙ୍କ ଉପରେ ପୁଣି ପଡ଼ିଲା ମହଙ୍ଗା ମାଡ଼। ରାଉରକେଲା ଖୁଚୁରା ବଜାରରେ ଆଳୁ ଓ ପିଆଜ ଦର ବୃଦ୍ଧି ପାଇଛି। ବର୍ତ୍ତମାନ ଆଳୁ କିଲୋ ପ୍ରତି ୧୮ରୁ ୨୦ ଟଙ୍କା ଏବଂ ପିଆଜ କିଲୋ ପ୍ରତି ୫୦ ରୁ ୫୫ ଟଙ୍କାରେ ଟଙ୍କାରେ ବିକ୍ରି ହେଉଛି। ସେହିପରି ପାଇକାରୀ ବଜାରରେ ପିଆଜ ଦର କିଲୋ ପ୍ରତି ୩୮ରୁ ୪୫ ଟଙ୍କା ମଧ୍ୟରେ ରହିଛି।
ଦର ବୃଦ୍ଧିକୁ ନେଇ ବୁଧବାର ରାଉରକେଲା ଡେଲି ମାର୍କେଟ୍ ଓ ଟ୍ରାଫିକ୍ ଗେଟ୍ ଅଞ୍ଚଳର ବିଭିନ୍ନ ଖୁଚୁରା ଦୋକାନରେ ଯୋଗାଣ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। ଆଜି ମଧ୍ୟ କେତେକ ସ୍ଥାନରେ ଯାଞ୍ଚ କରା ଯାଉଛି।
ଅଧିକ ଦରରେ ଆଳୁ ଓ ପିଆଜ ବିକ୍ରି ନକରିବାକୁ ବ୍ୟବସାୟୀମାନଙ୍କୁ ଅଧିକାରୀମାନେ ତାଗିଦ୍ କରିଛନ୍ତି। ଖୁଚୁରା ଦର ନିୟନ୍ତ୍ରଣରେ ରଖିବା ସହ ଖାଉଟିଙ୍କଠାରୁ ଅତିରିକ୍ତ ଟଙ୍କା ଆଦାୟ ନକରିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ନଜର ରଖିବା ଏବଂ ଖାଉଟିଙ୍କୁ ଦରବୃଦ୍ଧିରୁ ଆଶ୍ୱସ୍ତି ଦେବା ଲକ୍ଷ୍ୟରେ ଏଭଳି ଯାଞ୍ଚ ଜାରି ରହିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.