ରାଉରକେଲା : ୨୦/୮
(ସତ୍ୟାନ୍ୟୁଜ)
” ପୂର୍ବେ ଏକ୍ସପ୍ରେସ ଟ୍ରେନ୍ ଆଗେ ଛଡା ଯିବା ପାଇଁ ମାଲ୍ ଗାଡ଼ି କୁ ଅଟକାଇ ଦିଆ ଯାଉଥିଲା। ଯାତ୍ରୀ ସେବାକୁ ପ୍ରାଥମିକତା ଦିଆ ଯାଉଥିଲା। ମାତ୍ର ଏବେ ମାଲ୍ ଗାଡ଼ି ଯିବାକୁ ଏକ୍ସପ୍ରେସ ଟ୍ରେନ୍ କୁ ଅଟକାଇ ଦିଆ ଯାଉଛି।” – ବିଧାୟକ ସାରଦା ପ୍ରସାଦ ନାୟକ।
ରେଲୱେ ଡି ଆର ଏମ୍ , ଚକ୍ରଧରପୁର ତରୁଣ କୁମାର ହୁରିଆଙ୍କ ସହ ରାଉରକେଲା ଷ୍ଟେସନ୍ ଏବଂ ରେଲୱେ ଅଞ୍ଚଳର ଉନ୍ନତି କରଣ ବାବଦରେ ଷ୍ଟେସନ୍ ରେ ଆଲୋଚନା କରୁଥିବା ବେଳେ ଏହି କଥା କହିଥିଲେ ବିଧାୟକ। ରାଉରକେଲା ସ୍ମାର୍ଟ ସିଟି ଯୋଜନାରେ ସାମିଲ ଥିବାରୁ ସହରର ଉନ୍ନତି ପାଇଁ ରେଲୱେ ଜିଲ୍ଲା ପ୍ରଶାସନ ସହ ଯେପରି ସମନ୍ୱୟ ରଖିବା କଥା ତାହା ରଖୁ ନଥିବାରୁ କଲୋନୀ ତଥା ସହର ବାସୀଙ୍କ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ବିଧାୟକ କହି ଥିଲେ। ଏହି ସମୟରେ ସାରଦା ଡି ଆର ଏମ୍ ଙ୍କୁ ସହରର ଉନ୍ନତି କରଣ ପାଇଁ ଏକ ମ୍ୟାପ୍ ଦେଇଥିଲେ।
ବିଧାୟକଙ୍କ ସାଙ୍ଗରେ ବିଜେଡି ର ବରିଷ୍ଠ ନେତା ଜୟନ୍ତ କୁମାର ମିଶ୍ର , ପ୍ରଶାନ୍ତ ସେଠୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।