ରାଉରକେଲା : ଆଇଜିଏଚ ରେ ୫ ଦିନ ରହିବା ପରେ ଜୀବନ ଯୁଦ୍ଧ ରେ ହରିଗଲେ ଯୁବତୀ।। ପ୍ରେମିକଙ୍କ ଘର ସମ୍ମୁଖରେ ଦେହରେ ନିଆଁ ଲଗାଇ ଦେଇଥିଲେ ।

0 200

ରାଉରକେଲା: ୨୦/୮
(ସତ୍ୟାନ୍ୟୁଜ) ପ୍ରେମିକ ଘର ସମ୍ମୁଖରେ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଇଜିଏଚ ରେ ମୃତ୍ୟୁ ଘଟିଛି। ଅଗଷ୍ଟ ୧୪ ତାରିଖ ଦିନ ରାଉରକେଲା ଝିରିପାଣି ଥାନା ଅଞ୍ଚଳରେ ଘଟି ଥିବା ଏହି ଘଟଣାର ପୋଲିସ ତଦନ୍ତ
କରୁଛି। ମିଳିଥିବା ସୂଚନା ଅନୁଯାୟୀ ୧ ନମ୍ୱର୍ ସେକ୍ଟର ଅଞ୍ଚଳ ର ଏକ ବସ୍ତିର ପ୍ରଭାସିନୀଙ୍କ ଝିରିପାଣି ଅଞ୍ଚଳର ଭିକି ଦାସ ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହ ର ପ୍ରତିଶୃତି ଦେଇ ଦୁଇ ବର୍ଷ ଧରି ଯୁବକ ଜଣକ ତାଙ୍କ ସହ ସମର୍କ ରଖିଥିଲା। ଯୁବତୀଙ୍କ ଠାରୁ ଭିକି କିଛି ସୁନା ଗହଣା ମଧ୍ୟ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ପରେ ପ୍ରଭାସିନୀ ଙ୍କୁ ଭିକି ବିବାହ କରିବାକୁ ମନା କରି ଦେଇଥିଲେ। ଅଗଷ୍ଟ ୧୪ ତାରିଖ ଦିନ ପ୍ରଭାସିନୀ ଟଙ୍କା ମାଗିବାକୁ
ଝିରିପାଣିରେ ଥିବା ଭିକିଙ୍କ ଘରକୁ ଯାଇଥିଲେ। ସେଠାରେ ଉଭାୟଙ୍କ ମଧ୍ୟରେ ବଚସା ହେବାପରେ ପ୍ରଭାସିନୀ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଭିକି ଗୁରୁତର ଅବସ୍ଥାରେ ପ୍ରଭାସିନୀ ଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ନେଇ ତାଙ୍କ ଘର ଲୋକଙ୍କୁ ଖବର ଦେଇ ପଳାଇ ଥିଲେ। ପରେ ଘର ଲୋକ ପହଞ୍ଚି ପ୍ରଭାସିନୀ ଙ୍କୁ ଆଇ ଜି ଏଚ ରେ ଭର୍ତ୍ତି କରାଇ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଭିକି ଫେରାର ଅଛି। ପୋଲିସ୍ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.