ରାଉରକେଲା : ଆସନ୍ତା ୨୭ ତାରିଖରୁ ରାଉରକେଲାରେ ଆରମ୍ଭ ହେବ ସରସ ସ୍ଵଦେଶୀ ମେଳା।। ବିଭିନ୍ନ ରାଜ୍ୟର ୩୮୦ ଟି ଷ୍ଟଲ୍ ଲାଗିବ।
ରାଉରକେଲା:୨୩/୨
(ସତ୍ୟାନ୍ୟୁଜ) ଆସନ୍ତା ଫେବୃୟାରୀ ୨୭ ତାରିଖରୁ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ସରସ ସ୍ୱଦେଶୀ ମେଳା। ଏହି ମେଳା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଓରମାସ୍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୩ ନମ୍ୱର୍ ସେକ୍ଟର ମେଲଣ ପଡ଼ିଆରେ ଆୟୋଜିତ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟିକ ପ୍ରତିଷ୍ଠାନ ନିଜ ଉତ୍ପାଦ ର ପ୍ରଦର୍ଶନ କରିବେ। ବିଶେଷ କରି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ପକ୍ଷରୁ ବିଭିନ୍ନ ଉତ୍ପାଦକ ସାମଗ୍ରୀ ବିକ୍ରୟ କରାଯିବ। ୩୮୦ ରୁ ଉର୍ଦ୍ଧ୍ବ ଷ୍ଟଲ୍ ମେଳାରେ ଲାଗିବ ବୋଲି ଆଶା କରା ଯାଉଛି। ଉତ୍ତରପ୍ରଦେଶ , ପଶ୍ଚିମବଙ୍ଗ , ଜାମ୍ମୁ କାଶ୍ମୀର , ସହ ବିଭିନ୍ନ ରାଜ୍ୟର ବ୍ୟବସାୟୀ ମାନେ ଏହି ମେଳାରେ ନିଜ ନିଜର ସ୍ଵତନ୍ତ୍ର ସାମଗ୍ରୀ ପ୍ରଦର୍ଶନ କରିବା ସହ ବିକ୍ରୟ କରିବେ। ସାମ୍ବାଦିକ ସମ୍ମିଳନୀ ରେ ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର। ଆର୍ ଏମ୍ ସି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏଡିଏମ୍ ଦିନା ଦସ୍ତଗିର , ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।